Breaking-news

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ କନ୍ଧମାଳରୁ ପାଞ୍ଚ ଜଣ

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ କନ୍ଧମାଳରୁ ପାଞ୍ଚ ଜଣ

ଫୁଲବାଣୀ,୨।୪- ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗାର ସୁକାନ୍ତ କୁମାର ସାହୁ ଏବଂ ରାଇକିଆର ସନ୍ତୋଷ କୁମାର ଲେଙ୍କା ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ଜିଲାର ସମସ୍ତ ମଣ୍ଡଳ ସଭାପତିମାନେ ମତ ଦେଇଥିବା ଜଣାପଡିଛି। ଦାରିଙ୍ଗବାଡିର ସୁକାନ୍ତ ଭାଜପାର ଜଣେ ଆଗଧାଡିର ସକ୍ରିୟ କର୍ମକର୍ତ୍ତା ଭାବେ ଜଣାଶୁଣା ରହିଥିବା ବେଳେ ସେ ଜିଲାର ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନା କରିଛନ୍ତି। ତାଙ୍କ ପ୍ରତି ଦଳ ଭରସା କରି ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିବାବେଳେ ସେ ତାକୁ ସଫଳତାର ସହ ନିର୍ବାହ କରୁଥିବା ନଜିର ରହିଛି। ସେହିପରି ଅନ୍ୟତମ ପରିଷଦ ସଦସ୍ୟ ସନ୍ତୋଷଙ୍କ ଘର ରାଇକିଆ ହୋଇଥିବା ବେଳେ ସେ ମଧ୍ୟ ଭାଜପାର ଜଣେ ବରିଷ୍ଠ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରିଛନ୍ତି କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ରାଇକିଆ ବ୍ଲକ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ଭାରତ ସଞ୍ଚାର ନିଗମ ଲିମିଟେଡ଼ର ପରାମର୍ଶଦାତା ଭାବେ ଦଳ ଦାୟିତ୍ୱ ପ୍ରଦାନ କରିଛି। ସେହିପରି ପରିଷଦର ଅନ୍ୟତମ ସଦସ୍ୟ ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀରର ରଂଜିତ କୁମାର ସାହୁ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଉର୍ବଶୀ ଦିଗାଲ ଏବଂ ରଞ୍ଜନା ନାୟକ ନିର୍ବାଚିତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ଜିଲାରୁ ଏହି ପଦବୀ ପାଇଁ ମାତ୍ର ୫ଟି ସିଟ ରହିଥିବା ବେଳେ ଦଳ ନିକଟରେ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତକାଲି ଏହା ଘୋଷଣା ପତ୍ର ଜାରି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top