ଜିଲ୍ଲା

ଭାଜପା ତରଫରୁ ନୂତନ ବିଡ଼ିଓ ଙ୍କୁ ସ୍ଵାଗତ ସମ୍ବର୍ଧନା

ଭାଜପା ତରଫରୁ ନୂତନ ବିଡ଼ିଓ ଙ୍କୁ ସ୍ଵାଗତ ସମ୍ବର୍ଧନା

ରାଇକିଆ,19/3- କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ମଣ୍ଡାସର ମଣ୍ଡଳ ତରଫରୁ କର୍ମକର୍ତା ମାନେ ରାଇକିଆ ନୂତନ ବିଡ଼ିଓ ସବ୍ୟସାଚୀ ସାହୁଙ୍କୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ଙ୍କ ନେତୃତ୍ୱ ରେ ମଣ୍ଡlସର ଅଞ୍ଚଳ ରେ ଯେପରି ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟା ର ସମାଧାନ ନେଇ ମଧ୍ୟ କର୍ମୀ ମାନେ ଆଲୋଚନା କରିବା ସହ ସହଯୋଗ କାମନା କରିଥିଲେ । ମଣ୍ଡାସର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଝୁଳିମା ଦଳ ବେହେରା, ବଶିଷ୍ଠ ଦିଗାଲ, ପଦ୍ମଚରଣ ପ୍ରଧାନ, ଭକ୍ତ ଚରଣ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ଦଳ ବେହେରା, ସାମନ୍ତ ପ୍ରଧାନ, ଗଣେଶ ପ୍ରଧାନ, ଶୁକଦେବ ପ୍ରଧାନ, ତାପସ ଦଳ ବେହେରା, ଅଭିମନ୍ୟୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top