ମାଣ୍ଡିପଙ୍କା ପ୍ରସଙ୍ଗ ଉଠାଇଲା କଂଗ୍ରେସ
ଦାରିଙ୍ଗବାଡି ରେ ଜାତୀୟ କଂଗ୍ରେସ କମିଟିର ସମ୍ପାଦିକା ରୋଜଲିନା ତୀର୍କୀ
ଦାରିଙ୍ଗବାଡି, 21/3- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ବହୁ ଚର୍ଚ୍ଚିତ ଆମ୍ବ ଟାକୁଆ ଖାଇ ଗତ ନଭେମ୍ବର ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ | ଉକ୍ତ ପ୍ରସଙ୍ଗ କୁ ପୁଣି ଥରେ ୫ ମାସ ପରେ କଂଗ୍ରେସ ଉଠାଇଛି | ଗୁରୁବାର ଜାତୀୟ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନା ତୀର୍କୀମାଣ୍ଡିପଙ୍କା ଗସ୍ତ କରିଛନ୍ତି | ସେ ପ୍ରଥମେ ଦାରିଙ୍ଗବାଡି ଡାକ ବଙ୍ଗଳାରେ ଅପରାହ୍ନ ପହଞ୍ଚିଥିଲେ ସେଠାରେ ବ୍ଲକ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ପରେ ଅପରାହ୍ନ ସାଢେ ୪ ଟାରେ ସେ ମାଣ୍ଡିପଙ୍କା ରେ ପହଞ୍ଚିଥିଲେ ସେଠାରେ ଆମ୍ବଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ଭେଟି ଆଲୋଚନା କରିଥିଲେ ପରେ ସେ ଗାଁ ମୁଖିଆଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ | ଅକ୍ଟୋବର ଓ ନଭେମ୍ବର ସମୟରେ କୃଷି କ୍ଷେତ୍ର ରେ ଅମଳ ହୋଇନଥିବାରୁ ଚଳିବା ମୁସ୍କିଲ ହେଉଥିବା କହିଥିଲେ ଏଥିସହ ସରକାର କ୍ଷତିପୂରଣପ୍ରଦାନ କରିବେ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ସୂଚନା ଦେଇଥିବା ଅଞ୍ଚଳବାସୀ ଜଣାଇଥିଲେ ଏବେ ମଧ୍ୟ କିଛି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ମହିଳା ମାନେ ଜଣାଇଥିଲେ |ଏନେଇ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନ ତୀର୍କୀ କହିଥିଲେ ଯେ ତାଙ୍କୁ ଏଠାକୁ ଆସିବା ପାଇଁ ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ ସେ ଏଠି ଯେଉଁ ପରିସ୍ଥିତି ଦେଖିଲେ ସେ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇବି ବୋଲି କହିବା ସହ ମାଣ୍ଡିପଙ୍କା ରେ ଘଟଣା ଘଟିବା ପରେ ସେ ନିଜେ ଓ ରାଜ୍ୟର ନେତୃତ୍ୱ ମଣ୍ଡଳୀ ସେତେବେଳେ ଓଡିଶାର ରାଜ୍ୟପାଳଙ୍କୁ ଭେଟି ମାଣ୍ଡିପଙ୍କା ର ଘଟଣା ଜଣାଇବା ସହ ଲୋକଙ୍କୁ ସାହାଯ୍ୟ କରିବାକୁ କୁହାଯାଇଥିଲା କିନ୍ତୁ କେବଳ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରି ଆଉ କ୍ଷତିପୂରଣ ଦିଆଯାଇନଥିବା ଉଦବେଗଜନକ ଘଟଣା ଏବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ଶୁଣି ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ବାବଦକୁ ସହାୟତା ରାଶି ଦିଆଯିବ ବୋଲି ପ୍ରଶାସନ ତତ୍ପରତା ହେଉଛନ୍ତି ବୋଲି ସମ୍ପାଦିକା ରୋଜାଲିନ ଏବଂ ଅନ୍ୟମାନେ କହିଛନ୍ତି ସେହିପରି ଅଙ୍ଗନାୱାଡି କେନ୍ଦ୍ର, ବିଦ୍ୟାଳୟ ଓ ଅନ୍ୟ ସାହି ରାସ୍ତା ଆଦି ଅବହେଳିତ ହୋଇରହିଥିବା ଅଭିଯୋଗ ହେଉଥିବା କହିଛନ୍ତି | ସୂଚନା ଯୋଗ୍ୟ ଯେ ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଖାଇ ୩ ମହିଳାଙ୍କ ମୃତ୍ୟୁ ପରେ ସରକାର ସେଠାରେ ନିୟମିତ ସାଧାରଣ ବଣ୍ଟନ ଚାଉଳ କୁ ସଠିକ ସମୟ ରେ ବଣ୍ଟନ କରାଯାଉଥିବା ଓ ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ କେନ୍ଦ୍ର ବ୍ୟବସ୍ଥା, ସୋଲାର ପମ୍ପ ଯୋଗେ ଶୁଦ୍ଧ ଜଳ ଯୋଗାଣ, ପେଭର ରାସ୍ତା ନିର୍ମାଣ, ମାଣ୍ଡିପଙ୍କା ଠାରୁ କିଛି ଦୂରରେ ନେଟୱାର୍କ ବ୍ୟବସ୍ଥା ଆଦି କରାଯାଇଥିବା ମାଣ୍ଡିପଙ୍କା ର ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ପାତ୍ର କହିଛନ୍ତି | ପ୍ରଦେଶ କମିଟିର ସମ୍ପାଦିକାଙ୍କ ଗସ୍ତ ସମୟରେ ଦକର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା,ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ କନ୍ଧମାଳ ଏମପି ଅଭିମନ୍ୟୁ ବେହେରା,ଯୁବ କଂଗ୍ରେସ କର୍ମୀ ଆନସ ପ୍ରଧାନ, ଅମିର ଚାନ୍ଦ ନାୟକ, ଜିଲ୍ଲାପରିଷଦ ସଦସ୍ୟା ଦୀପିକା ମାଝୀ, ସମିତିସଭ୍ୟ ରୁଦା ମଲିକ, ସରପଞ୍ଚ କୁମାରୀ ମଲିକଙ୍କ ସମେତ ବହୁ ଦଳୀୟ କର୍ମୀ ମାଣ୍ଡିପଙ୍କା ଗସ୍ତ କରିଥିଲେ |
