ଜିଲ୍ଲା

ରାଇକିଆ ରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ , ମନ ମୋହିଲା ପାରମ୍ପରିକ ଦଣ୍ଡ ନୃତ୍ୟ

ରାଇକିଆ ରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ ,  ମନ ମୋହିଲା ପାରମ୍ପରିକ ଦଣ୍ଡ ନୃତ୍ୟ

ରାଇକିଆ ୫/୪ -କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚଦଣ୍ଡ ପରିଚାଳନା କମଟି ଆନୁକୁଲ୍ୟରେ ଗୁରବାର ଅଷ୍ଟ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ପଞ୍ଚଦଣ୍ଡ କମିଟି ର 26 ବର୍ଷ ପୂର୍ତ୍ତି ଅବସର ରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରଣ କରାଯାଇଥିବା ଆଠ ଗୋଟି ଦଣ୍ଡ ନୃତ୍ୟ ଦଳ ଭାଗ ନେଇଥିଲେ । ସକାଳ ଆଠ ଟା ବେଳେ ପରିଚାଳନା କମିଟି ଏବଂ ତହସିଲଦାର ବରିୟାଲ ମୁର୍ମୁ, ରାଇକିଆ ଥାନା ରୁ ସବ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏବିଡ଼ିଓ ଦିବ୍ୟସିଂହ କହଁର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର ଙ୍କ ଉପସ୍ଥିତ ରେ ଆଠ ଗୋଟି ଦଣ୍ଡ ନୃତ୍ୟ ଦଳ ରାଇକିଆ , ମାଲେରିମହା, ତେଜାମାହା, କରଣ୍ଡାଗଡ, ସିର୍କlକୁଟି, ବୁର୍ବି ନାଜୁ, ବାଗାରାମା, ଗ୍ରୀନବାଡି ନାମ ଘୋଷଣା କରାଯିବା ସହ ଲଟେରୀ ମାଧ୍ୟମରେ ନୃତ୍ୟ ପରିବେଷଣ ପାଇଁ ସ୍ଥାନ ନିରୂପଣ କରାଯାଇ ଥିଲା । ପରେ ଦଣ୍ଡ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳ ଙ୍କୁ ବରଣ କରଯାଇଥିଲା । ଅପରାହ୍ନ ରେ ଧୂଳି ଦଣ୍ଡ, ନଈ କୂଳ ରେ ପାଣି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ଷା ସତ୍ବେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା । ସନ୍ଧ୍ୟା ରେ ଦୁର୍ଗା ମଣ୍ଡପ ସମ୍ମୁଖ ରେ ଅଷ୍ଟ ଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଥିଲା । ପାଟ ଢୋଲ , ପାଟ ଭୁକ୍ତା, ଅଧିକାରୀ, ବିଣାକାର ଙ୍କ ର ମିଳନ ହୋଇଥିଲା । ଦଣ୍ଡୁଆ ମାନେ ବଜାର ପରିକ୍ରମା କରି ନିଜ ଆଶ୍ରୟ ସ୍ଥଳ କୁ ଫେରି ଥିଲେ । ଜନ ସମାଗମ କୁ ଦୃଷ୍ଟି ରେ ରଖି ପୋଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା । ସଭାପତି ସନ୍ତୋଷ ଲେଙ୍କା,ସମ୍ପାଦକ ମନ ମୋହନ ପଟ୍ଟନାୟକ ,କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା , ଉପସଭାପତି ବିଭୁ ଦତ୍ତ ବେହେରା, ସନ୍ତୋଷ କୁମାର ପଣ୍ଡା, ଶ୍ରୀନିବାସ ଆଚାରୀ, ଅରବିନ୍ଦ ଲେଙ୍କା , ସହ ସଂପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ଚିଣ୍ଟୁ ପାଣିଗ୍ରାହୀ , ସନ୍ତୋଷ ପାତ୍ର , ରାଜ ମୋହନ ଦିଗାଲ ଙ୍କ ସମେତ ଉପଦେଷ୍ଟା ଦୁର୍ଯ୍ୟଧନ ଲେଙ୍କା, ସତ୍ୟବାନ ପାତ୍ର, ସୁଶିଲ ତ୍ରିପାଠୀ , ଅଭିମନ୍ୟୁ ନାୟକ, ନାରାୟଣ ପାତ୍ର, ଅଭିମନ୍ୟୁ ପଣ୍ଡା ଏବଂ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ । ଭଗବାନ ପାତ୍ର ଓ କୃଷ୍ଣ ଚନ୍ଦ୍ର ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top