ରାଇକିଆ,୧୨/୩- କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ର ବିଭିନ୍ନ ପଂଚାୟତ ରୁ 618 ଜଣ ଏହି ଶିବିର ରେ ନାମ ପଞ୍ଜିକରଣ କରିଥିବା ବେଳେ 373 ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅସ୍ଥିଶଲ୍ୟ, ଦୃଷ୍ଟି ଶକ୍ତି, ଶ୍ରବଣ ବାଧିତ ଇତ୍ୟାଦି ବିଭାଗ ରେ ଫୁଲବାଣୀରୁ ଆସିଥିବା ଡାକ୍ତର ମାନେ ପରୀକ୍ଷା କରିଥିଲେ । ଜଣଙ୍କୁ ତିନି ଚକିଆ ସାଇକେଲ, 11 ଜଣଙ୍କୁ ହ୍ୱିଲଚେୟାର, 4 ଜଣଙ୍କୁ ଆଶା ବାଡି ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ ଉପସ୍ଥିତ ରହି ଶିବିର ର ସୁପରିଚାଳନା ନେଇ ତଦାରଖ କରିଥିଲେ । କାର୍ଯ୍ୟକ୍ରମ ରେ ବିଡ଼ିଓ ସବ୍ୟସାଚୀ ସାହୁ, ଏବିଡିଓ ଦିବ୍ୟସିଂହ କହଁର , ସହକାରୀ ଯନ୍ତ୍ରୀ ବଣ୍ଟି କୁମାର ଚୌଧୁରୀ ଉପସ୍ଥିତ ଥିଲେ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ପୂର୍ଣ୍ଣବାସୀ ଦାସ, ପ୍ରଜ୍ଞାସ୍ମିତା ପାଢ଼ୀ, ବ୍ଲକ୍ ପ୍ରୋଗ୍ରାମ କୋର୍ଡିନେଟର କମଲ ପ୍ରସାଦ ନାୟକ ଏବଂ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ପରିଚାଳନା କରିଥିଲେ ।
