ନ୍ୟୁଜ୍ ବୁଲେଟିନ୍

ରାଇକିଆ ରେ ମାସ୍କଟ ଓ ମଶାଲ ଶୋଭାଯାତ୍ରା

ରାଇକିଆ ରେ ମାସ୍କଟ ଓ ମଶାଲ ଶୋଭାଯାତ୍ରା

ରାଇକିଆ,୧୩/୩- କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା 21 ରୁ5 25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କନ୍ଧମାଳ ମହୋତ୍ସବ ପାଇଁ ଗୁରୁବାର ରାଇକିଆ ରେ ପହଞ୍ଚିଛି ମାସ୍କଟ ଓ ମଶାଲ । ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳ ରେ ଏହାର ପ୍ରଚାର ଓ ପ୍ରସାର ଏବଂ ଗ୍ରାମାଞ୍ଚଳ ର ଲୋକଙ୍କୁ ଏଥିରେ ସାମିଲ୍ ପାଇଁ ପ୍ରତ୍ୟେକ ବ୍ଲକ୍ କୁ ମଶାଲ ପହଞ୍ଚିଛି । ଏହାକୁ ବ୍ଲକ୍ ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ କରାଯିବ ସହ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମ ରେ ବିଡ଼ିଓ ସବ୍ୟସାଚୀ ସାହୁ, ଏବିଡିଓ ଦିବ୍ୟସିଂହ କହଁର, ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ସାହାରା ସମ୍ପାଦକ ସୁକାନ୍ତ ନାୟକ, ଡବ୍ଲୁଇଓ ଉର୍ମିଳା ପ୍ରଧାନ, ବ୍ଲକ୍ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ବିଏସଏସଓ ରାମ କୃଷ୍ଣ ବେହେରା, ଓଏଲ୍ଏମ ବିପିଏମ୍ ଜୟଦେବ ପ୍ରଧାନ ଙ୍କ ସମେତ ବ୍ଲକ୍ ର ସମସ୍ତ କର୍ମଚାରୀ, କଲେଜ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top