ରାଜ୍ୟ

‘ଲୋକଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ

‘ଲୋକଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ

ବାଲିଗୁଡା,ତା, ୧୧/୪ – ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡା ରେ ଜିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ସମ୍ମାନିତ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପଦ୍ମଶ୍ରୀ ଶ୍ରୀମତୀ ପୂର୍ଣ୍ଣମାସି ଯାନୀ, ଖଜୁରୀପଡା ବ୍ଳକ ଅଧକ୍ଷ ଅନିମା କହଁର, ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି, ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉର୍ବଶୀ ଡିଗାଲ ଙ୍କ ସମେତ ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଦେଇ ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭ ରେ ଆମନ୍ତ୍ରିତ ଅତିଥ୍‌ ଗଣ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ I ଏହି ଅବସରରେ ଜିଲ୍ଲାର ବହୁ ବିଶିଷ୍ଟ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା I ଏହି ସମ୍ମାନିତ ମଧ୍ଯରେ ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର ସମ୍ପାଦକ, ନାଟ୍ୟକାର, ତଥା ଅଭିନେତା ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ନିଜର କଳା ନୈପୁଣ ପାଇଁ ଅତିų ଗଣ ସମ୍ବଦ୍ଧନା ସହ ମାନପ‌ତ୍ର ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top