ଫୁଲବାଣୀ,୧୪/୪- କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜ ଅଧୀନ ରେ ଥିବା ରଣବା ସେକ୍ସନ ର ଘାଟି ଖାରିଗୁଡ଼ା ଅଞ୍ଚଳ ରେ ଚାଲାଣ ପାଇଁ ଉଦ୍ୟମ ହେଉଥିବା 27 ଖଣ୍ଡ ଶାଗୁଆନ କାଠ କୁ ଜବତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ଘଞ୍ଚ ଜଙ୍ଗଲ ମଧ୍ଯ ରେ ଥିବା ଏହି ଅଞ୍ଚଳ ରେ ରାତ୍ର ରେ ପେଟ୍ରୋଲିଂ ବେଳେ ଏକ ପିକ୍ ଅପ୍ ଭ୍ୟାନ ରେ କାଠ ଥିବା ଦେଖି ବିଭାଗ ପକ୍ଷରୁ ଚଢାଉ କରଯାଇଥିଲା। ଗାଡ଼ିର ଡ୍ରାଇଭର ଓ ଏଥିରେ ସଂଶ୍ଲିଷ୍ଟ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଓ କାଠ କୁ ଜବତ କରଯାଇଛି । କରଡ଼ା ରେଞ୍ଜର ସବନମ ସାହୁ, ଫରେଷ୍ଟର ଅଜିତ ପ୍ରଧାନ, ଫରେଷ୍ଟ ଗାର୍ଡ ଅକ୍ଷୟ କହଁର ଏବଂ ବିକାଶ ମଲ୍ଲିକ ଚଢାଉ ରେ ସାମିଲ ହୋଇଥିଲେ । ଏ ନେଇ କେସ ନ ୦୧/୨୫ ରେ ମାମଲା ରୁଜୁ ହୋଇଛି ।
