ନ୍ୟୁଜ୍ ବୁଲେଟିନ୍

ଶିଶୁଶ୍ରୀ’ର ବସ୍ତି ପରିକ୍ରମାରେ “ଆସ ଆମେ ପଢ଼ିବା”

ଶିଶୁଶ୍ରୀ’ର ବସ୍ତି ପରିକ୍ରମାରେ “ଆସ ଆମେ ପଢ଼ିବା”

ବରଗଡ଼,12/5- ଗ୍ରୀଷ୍ମ ଛୁଟି ସମୟରେ ଗତ ତିନି ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ତରଫରୁ ବସ୍ତି ପରିକ୍ରମା କ୍ରମରେ ଶିକ୍ଷାଦାନ କାର୍ଯ୍ୟକ୍ରମ “ଆସ ଆମେ ପଢ଼ିବା” ସ୍ଥାନୀୟ ଓ୍ବା ନଂ ୧୮ ସ୍ଥିତ ବନ୍ଧ ପଡାଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁଶ୍ରୀ’ର ସଂଯୋଜକ ପଣ୍ଡିତ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ସହିତ ପିଲାମାନଙ୍କ ମନୋରଞ୍ଜନ ସକାଶେ ଗଳ୍ପ କଥନ, ଭ୍ରାମ୍ୟମାଣ ପାଠାଗାର ର ପୁସ୍ତକ ପଠନ, ଭଜନ ଗାନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁଶ୍ରୀ’ର ଉପଦେଷ୍ଟା ସମାଜସେବୀ ଅର୍ଜୁନ ସେଟ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖରାଛୁଟିରେ ସମୟ ନଷ୍ଟ ନକରି ପୁସ୍ତକ ଓ ପତ୍ର ପତ୍ରିକା ପଠନ ଦିଗରେ ମନ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଗୀତା ବେହେରା, ରୋହିଣୀ ବେହେରା ଶିଶୁଶ୍ରୀ’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ମଧ୍ୟରୁ ନିହାରିକା ଭୋଇ ଓ ଚିନ୍ମୟୀ ବିଭାର ନୃତ୍ୟ ପରିବେଷଣ କରିଥିବା ବେଳେ ରୁଚି ମାଝୀ, ଚିରଞ୍ଜିବୀ ବିଭାର ଓ ଭାରତୀ ସାହୁ ଗପ କବିତା ପାଠ କରିଥିଲେ। ସଙ୍ଗୀତଜ୍ଞ ପ୍ରମୋଦ କୁମାର ଦାଶ ଭଜନ ପରିବେଷଣ କରି ମନୋରଂଜନ କରିଥିଲେ ଓ ଆବାହକ ତଥା ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଗପ କବିତା ମାଧ୍ୟମରେ ନୀତି କଥା କହି ପିଲାଙ୍କୁ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ଉପଦେଶ ଛଳରେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top