ଫୁଲବାଣୀ,12/5- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚକାପାଦ ବ୍ଲକର ସଙ୍କରାଖୋଲ ଠାରେ ମା ପିତାବଳି ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ଉଦ୍ଘାଟିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ସଭାପତି ପଣ୍ଡିତ ବିସିମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚକାପାଦ ବିଡ଼ିଓ ହୃଦ ରଞ୍ଜନ ସାହୁ ଯୋଗ ଦେଇଥିଲେ l ସେହିପରି ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ରଜନୀ ନାୟକ, ସାଂସଦ ପ୍ରତିନିଧି ସୁମନ୍ତ ମଲ୍ଲିକ, ବ୍ଲକ ସରପଞ୍ଚ ସର୍ବେଶ୍ୱର କହଁର ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ଚାଲୁ ରହିଛି l ଅନ୍ୟ ମାନଙ୍କ ମଧ୍ୟରେ ମା ପିତାବଳୀ ପୂଜା କମିଟିର ସଭାପତି ଗୋପାଳ ଅମାତ୍ୟ, ଉପ ସଭାପତି ସୁଶାନ୍ତ ବେହେରା, ଅଶୋକ କୁମାର କହଁର,ସହ ସମ୍ପାଦକ ସରୋଜ କୁମାର ବେହେରା, କୋଷାଧକ୍ଷ ଅଶ୍ୱିନୀ ପଣ୍ଡା, ବାହକ ଗୋବିନ୍ଦ ଅମାତ୍ୟ, ଦେହୁରୀ ସିମାଞ୍ଚଳଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ଉତ୍ସବ ୪ ଦିନ ବ୍ୟାପି ଚାଲିବ l ପ୍ରଥମ ଦିନରୁ ହଜାର ହଜାର ଭକ୍ତ ମାଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଯମୁଥିବା ଦେଖିବାକୁ ମିଳିଛି l ଯାତ୍ରାର ତୃତୀୟ ସନ୍ଧ୍ୟାରେ କଂଗ୍ରେସ ଜିଲ୍ଲା ସଭାପତି ତଥା ଫୁଲବାଣୀ ଓକିଲ ସଙ୍ଘ ସଭାପତି ଚନ୍ଦ୍ର ଶେଖର ପରିଡା, ରଜତ ମହାନ୍ତି,ଚନ୍ଦନ ପଣ୍ଡା, ଅନୁପମ କହଁର, ବସନ୍ତ ପାଢ଼ୀ,କଣ୍ଠଶିଳ୍ପୀ ଜଳନ୍ଧର ବେହେରା ଏବଂ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ l ଆଜି ଯାତ୍ରା ଉଦଯାପିତ ଦିବସ l ଏହି ଅବସରରେ ଆଜିର ସନ୍ଧ୍ୟା ରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଉପସ୍ଥିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ଅବସରରେ ଶଙ୍କରାଖୋଲ ଯୁବକ ସଙ୍ଘର କଳାକାର ମାନଙ୍କ ଦ୍ୱାରା ମହାନ ସାମାଜିକ ନାଟକ କାହାକୁ କହିବି ଦୁଃଖ କାହାଣୀ ପରିବେଷଣ ହେବ ବୋଲି କମିଟି ପକ୍ଷରୁ କୁଆଯାଇଛି l ଶୃଙ୍ଖଳାର ସହ ଯାତ୍ରା ସାରିବା ପାଇଁ ପରିଚାଳନା କମିଟିର ଉଦ୍ୟମ ଜାରି ରହିଛି l
