Breaking-news

ସବୁଜିମା ରେ ଭରିବ ଲଣ୍ଡା ପାହାଡ, ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ ହେବ

ସବୁଜିମା ରେ ଭରିବ ଲଣ୍ଡା ପାହାଡ,  ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ ହେବ

ରାଇକିଆ,୫/୭- ଲଣ୍ଡା ପାହାଡ କୁ ସବୁଜମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଇକିଆ ବନାଞ୍ଚଳ ତରଫରୁ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଶୁକ୍ରବାର କିଲୁଣ୍ଡି ଲଣ୍ଡା ପାହାଡ ର 10 ହେକ୍ଟର ଜମି ରେ 16 ହଜାର ଚାରା ରୋପଣ କାର୍ଯ୍ୟ ଆରମ୍ଭ କରଯାଇଛି । ରେଞ୍ଜର ଯୁଧିଷ୍ଠିର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଫୁଲବାଣୀ ଡି ଏଫ୍ ଓ ପ୍ରତାପ କାଟାପଲି, ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ବିଧାୟକ ପ୍ରତିନିଧି ତାରିଣି ପରିଛା ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା, ସଚେତନତା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ କଲେଜ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସର ରେ ଏକ ଟଙ୍କାରେ ଚାରା ବିତରଣ ପାଇଁ ବ୍ୟବହୃତ ଯାନ ର ଶୁଭାରମ୍ଭ କରଯାଇଥିଲା। ଏହି ଯାନ ପ୍ରତ୍ୟେକ ଅଞ୍ଚଳ ରେ ପହଞ୍ଚି ମାତ୍ର ଏକ ଟଙ୍କା ମୂଲ୍ୟ ରେ ଚାରା ବିକ୍ରୟ କରିବା ସହ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମ ରେ ଫରେଷ୍ଟର ଉସତ୍ କହଁର, ଫରେଷ୍ଟ ଗାର୍ଡ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ମୁକ୍ତାଞ୍ଜଳୀ ବେହେରା, ଉର୍ଶିଲା ପ୍ରଧାନ, ଟିଏଲ୍ ସଞ୍ଜୟ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top