ଜିଲ୍ଲା

ସାଇନପଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

ସାଇନପଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

 

 

ବାଲିଗୁଡ଼ା -କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାଇନପଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ବହୁ ଆଡମ୍ବର ପାଳିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ଦେବାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷ୍ୟ ତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷl ସୁଲୋଚନା ଦଳବେହେରା,ମୁଖ୍ୟ ବକ୍ତା ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶି ମାଝୀ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚମ୍ପି ଲତା ମଲିକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁ ମାଝୀ ପାଡ୍ରl, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଜନୀ କାନ୍ତ ସାହୁ,ପୂର୍ବତନ ସରପଞ୍ଚ କୁମୁନ୍ଦ ଚନ୍ଦ୍ର ମଲିକ, ସମିତି ସଭ୍ୟା ଝୁଲି ଷlଣ୍ଢ, ସ୍କୁଲ ସଭାପତି ସହ ଦେବ ଦିଗାଲ, ସିଆର ସିସି ସୂର୍ଯ୍ୟ କାନ୍ତ ସାହୁ,ଯୋଗ ଦେଇ ଥିଲେ l ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ଟ୍ରଫି ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଏହା ପରେ ଛାତ୍ର ଛାତ୍ରୀ ମାନେ ସଂlସ୍କୃତିକ ନୃତ୍ୟ ପରିବେସଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top