ଜିଲ୍ଲା

ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପିଏମ ଶ୍ରୀ ବାର୍ଷିକ ଉତ୍ସବ

ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପିଏମ ଶ୍ରୀ ବାର୍ଷିକ ଉତ୍ସବ

ଫୁଲବାଣୀ୩୧/୩- ଫୁଲବାଣୀ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଟିକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ର ଗୁଣାତ୍ମକ ବିକାଶ ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ। ପରୀକ୍ଷା ଫଳାଫଳ କୁ ଗୁରୁତ୍ୱ ନ ଦେଇ ନିଜର ଅନ୍ତର୍ନିହିତ ଗୁଣ କୁ ପ୍ରସ୍ଫୁଟିତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନା କୁମାରୀ ଦିଗାଲ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ କରିବା ପାଇଁ ଅଧିକ ଚେଷ୍ଟା କରିବି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଜ୍ୟୋତିର୍ମୟୀ କହଁର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମୁଲ୍ୟ କୁମାର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରୁପମା ଦୋରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଜେନା, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଅମୁଲ୍ୟ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗାୟତ୍ରୀ ମହାରଣା,ସୁଶ୍ରୀ ବିନାପାଣି ପ୍ରଧାନ ଯୋଗଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଇଥିଲା। ବିଦ୍ୟାଳୟ ର ଶିକ୍ଷୟତ୍ରୀ ସଂଜିତା ପ୍ରଧାନ, ସ୍ଵର୍ଣ୍ଣମୟୀ ପାତ୍ର, ବୁଲି ନାୟକ, ପ୍ରତିମା ବେହେରା, ମିନାକ୍ଷୀ ଦଳବେହେରା, ନିବେଦିତା ମଲିକ, ସୋନାଲି ବେହେରା, ସୁଧାସ୍ମିତା ପ୍ରଧାନ, ଶୁଭସ୍ମିତା କହର, ସ୍ବାଧୀନ ମହାରଣା, ଶାଶ୍ୱତ ବାରିକ, ରିତେଶ ବେହେରା ପ୍ରଫୁଲ୍ଲ ଜେନା ପରିଚାଳନା ରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top