Breaking-news

ଇର୍ପିସରୁ ଗାଁରେ ଜଳ ସଙ୍କଟ, ନଳକୂପ ଅଚଳ, ଚୁଆ ପାଣି ଭରସା

ଇର୍ପିସରୁ ଗାଁରେ ଜଳ ସଙ୍କଟ, ନଳକୂପ ଅଚଳ, ଚୁଆ ପାଣି ଭରସା

ଫିରିଙ୍ଗିଆ,୨୧/୪-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ସିପାଞ୍ଜିରୀ ନିକଟ ଇର୍ପି ସରୁ ଗାଁରେ ଜଳ ସଙ୍କଟ ଦେଖା ଦେଇଛି l ସରକାରଙ୍କ ଗ୍ରାମାଞ୍ଚଳ ରେ ପାଣି ଯୋଗାଇବା ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି l ଆଜି ପର୍ଯ୍ୟନ୍ତ ଏହି ଗାଁରେ ବସୁଧା ଯୋଜନା ହେଉ କି ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସୂଚନା ଅନୁସାରେ ପକାରୀ ପଞ୍ଚାୟତ ର ୪ ନମ୍ବର ୱାର୍ଡ ଏହି ଇର୍ପି ସରୁ ଗାଁରେ ୧୭ ରୁ ଅଧିକ ପରିବାର ରହିଆସୁଛନ୍ତି l ଏହି ଗାଁରେ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ନଳକୂପ ଖୋଲାଯାଇଥିବା ବେଳେ ତାହା ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡିରହିଥିବା କହିଛନ୍ତି ଇର୍ପିସରୁ ଗ୍ରାମ ବାସୀ l ବର୍ତମାନ ପ୍ରବଳ ଖରା ସାଙ୍ଗକୁ ସମସ୍ତ ନାଳ ଓ ଚୁଆ ସୁଖୀ ଯାଇଥିବା ବେଳେ ନାଳ ମଝିରେ କିମ୍ବା ବିଲରେ ଥିବା ଚୁଆ ର ପାଣି ଆଣି ଏହି ଗ୍ରାମବାସୀ ପିଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ମେଣ୍ଟାଉଛନ୍ତି l ପାଣି ପାଇଁ ଅସୁବିଧା ହେତୁ ଡହଳ ବିକଳ ହୋଇ ବାଧ୍ୟ ହୋଇ ଗାଁରେ ଥିବା ଗୋଷ୍ଠୀ ଗୃହରେ ଏହି ୪ ନମ୍ବର ୱାର୍ଡ ର ୱାର୍ଡ ସଭ୍ୟ ଙ୍କ ସହ ସମାଜ ସେବୀ ଓ ବିଜେପି ନେତା ବାବୁଲା କହଁର ଙ୍କ ସହ ସମସ୍ତ ଗ୍ରାମବାସୀ ଏକ ବୈଠକ କରି ପାଣି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି l ତୁରନ୍ତ ଏହି ଇର୍ପିସରୁ ଗାଁରେ ପିଇବା ପାଣି ଯୋଗାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଭେଟି ଏହାର ସମାଧାନ କରିବା ପାଇଁ ଦାବୀ କରିବେ ବୋଲି କହିଛନ୍ତି ଗ୍ରାମବାସୀ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top