ଜୀବନଚର୍ଯ୍ୟା

ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |

ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |


ମଣିପଦର(ତଳସାହି)ଗ୍ରାମବାସୀଙ୍କୁ ମାଟି ଚୁଆଁ ପାଣି ଭରଷା |ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |
ଫିରିଙ୍ଗିଆ,13l୫:/2025 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ବାରା ଦିଆଯାଉଥ‌ିବା ସୁବିଧା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଯୋଜନା ସତେ ଯେମିତି ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ଏମିତିକି ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଗାଁରେ କାହିଁ କେଉଁ କାଳରୁ ଜନବସତି ଥିବା ବେଳେ ଏବେ ପ୍ରାୟ ୧୨ ଘର ରହିଆସୁଛନ୍ତି। ଏହି ଗାଁରେ ପାଣି ପାଇଁ ସେମିତି କିଛି ସୁବିଧା ନାହିଁ ।ଗ୍ରାମରେ ରହିଛି ବସୁଧା ଯୋଜନାର ପାଣି ଟ୍ୟାଙ୍କି ଓ ସୋଲାର ପାଣି ବ୍ୟବସ୍ଥା, ତଥାପି ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ବର୍ତମାନ ଖରାଦିନ ଚାଲିଥିବା ବେଳେ ଗ୍ରାମର ମହିଳା ମାନଙ୍କୁ ଦିନରାତି ଘାରି ରହିଛି ପାଣି ଚିନ୍ତା । ଭୋର ସକାଳୁ ଉଠି ମାଟି ଛୁଆଁ ପାଖରେ ପହଂଚି ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଗାଁ ମାଇପ |ଗାଁ ମାଇପ ମାନେ ବେଳେବେଳେ ପାଣି ପାଇଁ ପାଟିତୁଣ୍ଡ ଓ ଗଣ୍ଡଗୋଳ ମଧ୍ୟ ହେଉଥିବା ଅଭିଯୋଗ ଆସିଛି ।ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ଅଧିନସ୍ଥ ମଣିପଦର ଗ୍ରାମ ତଳ ସାହି ରୁ । ଗ୍ରାମରେ ୧୨ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ଗୋଟେ ହେଲେ ନଳକୂପ ନାହିଁ । ଆଜି ବି ଶହେ ବର୍ଷ ପୁରୁଣା ପୁରୁଣା ମାଟିଛୁଆଁରୁ ହିଁ ଶୋଷ ମେଣ୍ଟାଉଛନ୍ତି ଏହି ଗ୍ରାମର ଗ୍ରାମବାସୀ । ଗ୍ରାମବାସୀଙ୍କ କହିବା ପ୍ରକାରେ, ଗ୍ରାମରେ ବସୁଧା ଯୋଜନାରେ ପାଣି ଯୋଗେଇ ଦେବା ସହିତ ସୋଲାର ପାଣିର ବି ବ୍ୟବସ୍ଥା ରହିଛି, ହେଲେ ଗତବର୍ଷର କାଳବୈଶାଖୀର ପ୍ରଭାବରେ ସୋଲାର ମେସିନ ଖରାପ ହୋଇଯିବା ପରେ ତାକୁ ଆଉ ନିର୍ମାଣ କରାଯାଉନି । ଅନ୍ୟପଟେ ବସୁଧା ପାଣି ମଧ୍ୟ ଅଳ୍ପ ସମୟ ପାଇଁ ଛାଡୁଥିବାରୁ ଗ୍ରାମରେ ପାଣି ସମସ୍ୟା ଦେଖାଯାଉଛି । ବସୁଧା ପାଣି ଯେତିକି ସମୟ ଛଡାଯାଉଛି ସେତିକି ସମୟ ମଧ୍ୟରେ ଏକ ବାଲ୍ଟି ବି ପୁରା ହେବନି ବୋଲି ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗ୍ରାମରେ ଥିବା ମାଟିଛୁଆଁ ମଧ୍ୟ ଏକ ବିଲ ମଧ୍ୟରେ ଖୋଲାମେଳାରେ ରହିଛି ।ଫଳରେ ପାଣି ପ୍ରଦୂଷିତ ହେଉଛି ଓ ଉକ୍ତ ପାଣି ପିଇବା ଦ୍ୱାରା ଗ୍ରାମବାସୀ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଆଗକୁ ବର୍ଷାଋତୁ ସାଙ୍ଗକୁ ଚାଷବାସ ସମୟ ଆସୁଥିବାରୁ ବିଲ ଜୋତାଜୋତି କରିଦେଲେ ଆଉ ପାଣି ମିଳିବନି ବୋଲି ମହିଳାମାନେ ଚିନ୍ତାବ୍ୟକ୍ତ କରିଛନ୍ତି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁ ଅନୁପ ଅଭିଷେକ ବେହେରା ଖୁବ୍ ଶୀଘ୍ର ହେଇଯିବ ପାଣି ବେ ବସ୍ଥା ହେଇଯିବ । ତେଣୁ ପ୍ରଶାସନ ଖରାପ ହୋଇଥିବା ସୋଲାର ମେସିନର ମରାମତି ସାଙ୍ଗକୁ ଯଥେଷ୍ଟ ସମୟ ଯାଏ ବସୁଧା ପାଣି ଛାଡିବାକୁ ଗ୍ରାମବାସୀ ଦାବୀ କରିବା ସହିତ ଯୁଦ୍ଧକାଳୀନ ସ୍ଥିତିରେ ଗ୍ରାମରେ ଏକ ନଳକୂପ ଖନନ କରିବା ପାଇଁ ଗ୍ରାମର ଅମ୍ବିକା କହଁର, ବନ୍ଧନୀ କହଁର, ଦେବକୀ କହଁର, ରେବତୀ କହଁର, ଲିତମା କହଁର ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top