କେ.ଟି.ବ୍ୟୁରୋ: ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ମହାସମର ଆରମ୍ଭ ହେବ। ପୂର୍ବପରି ୨ଟି ଗ୍ରୁପ୍ରେ ୧୦ଟି ଦଳ, ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ ଓ ପ୍ରଥମ ୪ଟି ଦଳ ପ୍ଲେ ଅଫ୍କୁ ଯୋଗ୍ୟତା ଅର୍ଜନ କରିବେ। ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ମୁକାବିଲା ହେବ। ୬୫ ଦିନର ଏହି ମହାସମର ମେ’ ୨୫ ତାରିଖରେ ଗ୍ରାଣ୍ଡ ଫାଇନାଲ ସହ ଶେଷହେବ।
