ଜିଲ୍ଲା

ଓଡ଼ିଆ ପକ୍ଷ ପାଳନ ଅବସର ରେ ସ୍ବଚ୍ଛତା ଅଭିଯାନ

ଓଡ଼ିଆ ପକ୍ଷ ପାଳନ ଅବସର ରେ ସ୍ବଚ୍ଛତା ଅଭିଯାନ

ରାଇକିଆ,୬/୪- କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସର ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଐତିହ୍ୟ ଓ ଦେବାଳୟ ମାନଙ୍କ ରେ ସଫେଇ କରାଯିବା ସହ ପରିମଳ ସ୍ବଚ୍ଛତା କିପରି ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି କରିଥାଏ ସେ ନେଇ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମ ରେ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଏବିଡ଼ିଓ ଦିବ୍ୟସିଂହ କହଁର, ନାଏବ ସରପଞ୍ଚ ନିଥଲିଅ ନାୟକ, ଜିପିଓ ସଂଗୀତା ନାୟକ , ବ୍ଲକ୍ ପ୍ରୋଗ୍ରାମ କର୍ଡିନେଟର କମଲ ନାୟକ, ଜୟଦେବ ପ୍ରଧାନ, ରାଜ କିଶୋର ପରିଚ୍ଛା ଏବଂ ଓଏଲ୍ଏମ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top