ଫୁଲବାଣୀ, ୪/୪-କନ୍ଧମାଳ ଜିଲ୍ଲା ରାଇକିଆ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଭାଜପା ର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ,ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା,ପୂର୍ବତନ ବିଧାନ ସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ,ଦେବେନ୍ଦ୍ର କୁଦେଇ, ପୂର୍ବତନ ବିଧାୟିକା ପ୍ରାର୍ଥୀ କଳ୍ପନା କହଁର,ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଯୋଗ ଦେଇ ସାଂଗଠନିକ ସ୍ତର ରେ ଦଳ କିପରି ମଜବୁତ୍ ହୋଇ କାମ କରିପାରିବ ଏବଂ ସଧାରଣ ଜନତା ଙ୍କ ବିଶ୍ୱାସ ଓ ଭରସା କୁ ଅତୁଟ ରଖିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ତୃଣମୂଳ ସ୍ତର ରେ ହେବ ଜନ କଲ୍ୟାଣକାରୀ ଯୋଜନା ର ସଚେତନତା, ସଦସ୍ୟତା ଅଭିଯାନ, ମଣ୍ଡଳ ସ୍ତରିୟ କମିଟି ଗଠନ, ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା । ଦଳୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ନିଜର ମତ ରଖିଥିଲେ । ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା , ସରପଞ୍ଚ,ସମିତି ସଭ୍ୟ ସଭ୍ୟାଙ୍କ ସହିତ ମଣ୍ଡଳ ସଭାପତି,ପୂର୍ବତନ ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ ଓ ସାଂସଦ ପ୍ରତିନିଧି,ବିଧାୟକ ପ୍ରତିନିଧି ଙ୍କ ସହିତ ସମସ୍ତ ମୋର୍ଚ୍ଚା ର ସଭାପତି ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ରାଇକିଆ ବ୍ଲକ୍ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ପାତ୍ର ଙ୍କ ସମେତ ଦଳୀୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
