ଜିଲ୍ଲା

କନ୍ଧମାଳ ମହୋତ୍ସବ ପାଇଁ ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମଶାଲ ଶୋଭାଯାତ୍ରା

କନ୍ଧମାଳ ମହୋତ୍ସବ ପାଇଁ ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମଶାଲ ଶୋଭାଯାତ୍ରା

ଫିରିଙ୍ଗିଆ,୧୭/୦୩-କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରେ ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ପରିପେକ୍ଷୀରେ ମଶାଲ୍ ଓ ମାସ୍କଟ୍‌ର ଶୁଭାରମ୍ଭ ହୋଇଛି I ଏହି ମଶାଲ ସୋମବାର ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ କୁ ପହଂଚିବା ପରେ ବିପୁଳ ମାତ୍ରାରେ ସ୍ଵାଗତ କରାଯାଇଥିଲା I ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ମଶାଲ କୁ ସ୍ୱାଗତ କରିବା ସହ ପାରମ୍ପରିକ ନାଚଗୀତ ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ୱାଗତ କରାଯାଇ ଫିରିଙ୍ଗିଆ ବଜାର ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମିନିଷ୍ଟାଡିୟମ କୁ ଅଣାଯାଇଥିଲା I ତେବେ ଏହି ମଶାଲ ଶୋଭାଯାତ୍ରା ରେ ଫିରିଙ୍ଗିଆ ସମିତି ସଭ୍ୟା ମୌସୁମୀ ପ୍ରଧାନ ଙ୍କ ସହ ଜିଲ୍ଲା ପାରମ୍ପରିକ ଲୋକ କଲା ସଙ୍ଘ ସଭାପତି ଅକ୍ଷୟ କୁମାର କର୍ଣ, ସିଡିପିଓ ନିବେଦିତା ପ୍ରଧାନ, ଏପିଓ ସୁମନ୍ତ କୁମାର ଉଠାଣ ସିଂ, ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠି,ଜୀବିକା ମିଶନ ସଂଯୋଜକ ସଂଗ୍ରାମ କେଶରୀ ସାହୁ, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ନୂଆପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଡ଼ିମିରିଗୁଡା ସରପଞ୍ଚ ମନୋଜ କହଁର, କେଲାପଡା ସରପଞ୍ଚ ସ୍ଵର୍ଣଳତା ପ୍ରଧାନ, କୁଇ ନେତା ଏସିଆ କହଁର, କୁଇ ସାହିତିକ ଦୀନବନ୍ଧୁ କହଁର ଓ ଅଂଚଳର ଶତାଧିକ କଳାକାର ଜନସାଧାରଣ ଉପସ୍ଥିତ ଥିଲେ I ଅନ୍ୟପଟେ ଏହି ମଶାଲ ଶୋଭାଯାତ୍ରା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ଙ୍କ ସହ ଅଂଚଳର କଳାକାର, ବିଦ୍ଧିଜୀବୀ, ରାଜନେତା, ମାନେ I ଏହାସହ ବ୍ଲକ ପ୍ରଶାସନ ର କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top