ଜିଲ୍ଲା

କନ୍ଧମାଳ ମହୋତ୍ସବ ରେ କ୍ରୀଡା କୁ ପ୍ରାଧାନ୍ୟ : ରାଇକିଆ ରେ ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

କନ୍ଧମାଳ ମହୋତ୍ସବ ରେ କ୍ରୀଡା କୁ ପ୍ରାଧାନ୍ୟ : ରାଇକିଆ ରେ ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

କନ୍ଧମାଳ ମହୋତ୍ସବ ରେ କ୍ରୀଡା କୁ ପ୍ରାଧାନ୍ୟ
ରାଇକିଆ ରେ ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

ରାଇକିଆ,୧୮/୩-21 ତାରିଖ ରୁ ଆରମ୍ଭ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଅବସର ରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ୍ ପ୍ରଶାସନ ତରଫରୁ ମଙ୍ଗଳବାର ଛାତ୍ରୀ ଛାତ୍ର ଙ୍କୁ ନେଇ ବ୍ଲକ୍ ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । କବାଡି, ଖୋଖୋ, ଭଲିବଲ, ଫୁଟବଲ୍ ଭଳି କ୍ରୀଡା କୁ ଏଥିରେ ସାମିଲ୍ କରାଯାଇଅଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ବିଧାୟକ ପ୍ରତିନିଧି ତାରିଣୀ ପରିଛା , ଏବିଡିଓ ଦିବ୍ୟସିଂହ କହଁର, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଦଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଡବ୍ଲୁଇଓ ଉର୍ମିଳା ପ୍ରଧାନ, ଯୋଗାଣ ନୀରିକ୍ଷକ କିରଣ ବେହେରା, ବିପିଏମ୍ କମଲ ନାୟକ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ କାର୍ତ୍ତିକ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top