ସ୍ପେଶାଲ ରିପୋର୍ଟ

କମୁଛି ରବି ଚାଷ: ପୁନରୁଦ୍ଧାର ହେଉନି ଜଳସେଚନ ପ୍ରକଳ୍ପ

କମୁଛି ରବି ଚାଷ:  ପୁନରୁଦ୍ଧାର ହେଉନି ଜଳସେଚନ ପ୍ରକଳ୍ପ

 

ରାଇକିଆ,14/3- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଶୁଖିଲା ପଡ଼ିଛି । ଫେବୃଆରୀ ଆରମ୍ଭ ରୁ ବିଶେଷ କରି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକ ରେ ଜଳ ସ୍ତର କମିବା, କେନାଲ ରେ ପାଣି ନ ଆସିବା ଚାଷ କାର୍ଯ୍ୟ ରେ ବାଧା ସୃଷ୍ଟି କରିଛି । ଜଳାଭାବ ଯୋଗୁଁ ରବି ଚାଷ ଠାରୁ ଦୁରଉଛନ୍ତି ଚାଷୀ । ଚଳିତ ବର୍ଷ ରବି ଚାଷ କମିବାର ସମ୍ଭାବନା ଦେଖା ଦେଇଛି । ବାସନ୍ତୀ ସାଗର, ଗୁନ୍ଧାଣି ଜଳ ସେଚନ ପ୍ରକଳ୍ପ ର ଜଳ ସ୍ତର କମିବା ସହ କେନାଲ ରେ ପାଣି ନ ଆସିବା ସହ ପୋତି ହୋଇଗଲାଣି । ଝରଣା ଏବଂ ନାଳ ପାଣି କମିବା ଯୋଗୁଁ ବିଭିନ୍ନ ଛୋଟ ଚେକ୍ ଡ଼ାମ୍ ଗୁଡ଼ିକ ରେ ମଧ୍ୟ ପାଣି ନାହିଁ । ଏହାର ପ୍ରଭାବ ସିଧା ସଳଖ ରବି ଚାଷ ଉପରେ ପଡ଼ିଛି । ଖରିଫ୍ ଶେଷ ଆଡ଼କୁ ଚାଷ କରିଥିବା କିଛି ଚାଷ ଫଳପ୍ରଦ ହୋଇଥିବା ବେଳେ ରବି ଋତୁ ରେ ହେଉଥିବା ବିଭିନ୍ନ ପ୍ରକାର ପନିପରିବା ଚାଷ ନଷ୍ଟ ହେବାକୁ ବସିଲାଣି । ଏ ନେଇ ରାଇକିଆ ବ୍ଲକ୍ କୃଷି ଅଧିକାରୀ ସଚିନ୍ଦ୍ର ସେଠୀ କହିଛନ୍ତି, ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ରବି ଋତୁ ରେ କମ୍ ଚାଷ ହୋଇଛି । ବିଶେଷ କରି ଜଳ ସମସ୍ୟା କୁ ଦୃଷ୍ଟି ରେ ରଖି ଅନେକ ଚାଷୀ କ୍ଷତି ହେବା ଆଶଙ୍କା ରେ ଚାଷ କରି ନାହାନ୍ତି । କ୍ଷୁଦ୍ର ଜଳ ସେଚନ ବିଭାଗ ଯନ୍ତ୍ରୀ କହିଛନ୍ତି, ବିଭନ୍ନ ବିଭାଗୀୟ କାରଣ ଯୋଗୁଁ ଚଳିତ ବର୍ଷ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇ ପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top