ରାଇକିଆ,୨୯/୩- କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଙ୍କ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅରୁଣ ପଣ୍ଡା, ଡଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ର ରେ କିପରି ଶୃଙ୍ଖଳିତ ମାଧ୍ୟମ ରେ ସଫଳତା ହାସଲ କରି ହେବ ସେ ନେଇ ମାର୍ଗଦର୍ଶନ ଦେଇ ଥିଲେ। ବକ୍ତା ଭାବେ ଆଇସିଏମଆର୍ ଗବେଷକ ଡକ୍ଟର ଚିତ୍ତ ରଞ୍ଜନ ସାହୁ ଛାତ୍ର ଛାତ୍ରୀ ଙ୍କ ପାଈଁ ଗବେଷଣାତ୍ମକ ଅଧ୍ୟୟନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ନେଇ ମତ ରଖିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସରସ୍ୱତୀ ପ୍ରଧାନ ବିଭିନ୍ନ ସମସ୍ୟା ଓ ଆବଶ୍ୟକତାକୁ ନେଇ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସର ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରିନସିପଲ୍ ଜଗଦୀଶ ମହାକୁଡ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅଭିଭାବକ ଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ ରେ ଅଭିଭାବକ ଙ୍କ ଭୂମିକା ଓ ଦାୟିତ୍ୱ ସଂପର୍କ ରେ ଆଲୋକପାତ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
