ଜିଲ୍ଲା

କଳିଙ୍ଗା – ଜି.ଉଦୟଗିରି ରାସ୍ତା ନିକଟ ରେ ହାତୀ !

କଳିଙ୍ଗା – ଜି.ଉଦୟଗିରି ରାସ୍ତା ନିକଟ ରେ ହାତୀ !

ଜି.ଉଦୟଗିରି,୧୦।୪,- କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ ଉପଦ୍ରବ କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦିନ ହେବ ୨୮ ଟିକିଆ ହାତୀପଲ କୁରୁମିଙ୍ଗିଆ ଅଞ୍ଚଳରେ ଥିଲେ କିନ୍ତୁ ବର୍ତ୍ତମାନ ରାଇପଦାଠାରେ ସଡ଼କର ଅତି ନିକଟରେ ଥିବା ବେଳେ ରାସ୍ତାରେ ଯିବା ଆସିବା ଯାତ୍ରୀ ଆତଙ୍କିତ ଅବସ୍ଥାରେ ଯାତାୟତ କରୁଛନ୍ତି । ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ବନବିଭାଗ କର୍ମଚାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହାତୀପଲ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିବା ସହ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top