ମନୋରଂଜନ

ଘିବଲି ନିଶା ରେ ମସଗୁଲ ଯୁବପୀଢ଼ି

ଘିବଲି ନିଶା ରେ ମସଗୁଲ ଯୁବପୀଢ଼ି

ନିଜର କାର୍ଟୁନ ରୂପାନ୍ତରଣ ଚିତ୍ର ଦେଖିବା ପାଇଁ ବଢୁଛି ଉତ୍କଣ୍ଠା । ଯୁବପୀଢ଼ି ଙ୍କୁ ଘାରିଛି ଏବେ ଘିବଲି ଫଟୋ ନିଶା। ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ, ଅବା ହ୍ୱାଟ୍ସଆପ୍ ଯେଉଁ ଆପ ଖୋଲିଲେ ଏବେ ଦେଖିବାକୁ ମିଳୁଛି ଘିବଲି ଫଟୋ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ ଧରିଛି ଏହି ଘିବଲି ଫଟୋ।

ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଫଟୋ, ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, ଏବେ ଘିବଲି ଆର୍ଟରେ ରୂପାନ୍ତରିତ ହେଉଛି। ‘ଚାଟ୍ ଜିପିଟି’ ଏବଂ ‘ଗ୍ରୋକ’ ଏଆଇ ଟୁଲକୁ ବ୍ୟବହାର କରି ନିଜ ନିଜର ଘିବଲି ଫଟୋ ବନାଉଛନ୍ତି ୟୁଜର୍ସ। ଏହାକୁ ନେଇ ଏକ ପ୍ରକାର ପ୍ରତିଯୋଗୀତା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ସୋସିଆଲ ମିଡିଆରେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top