Breaking-news

ଜଟଣୀ ନୃତ୍ୟଶ୍ରୀ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନୃତ୍ୟ ଦିବସ ୨୦୨୫ ପାଳିତ

ଜଟଣୀ ନୃତ୍ୟଶ୍ରୀ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନୃତ୍ୟ ଦିବସ ୨୦୨୫ ପାଳିତ

ଖୋର୍ଦ୍ଧା,୧/୫- ଖୋର୍ଦ୍ଧା ବ୍ଲକ୍ ଜଟଣୀ ନୃତ୍ୟଶ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା, ନିର୍ଦ୍ଦେଶିକା ଏବଂ ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବିଶ୍ଵ ନୃତ୍ୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ଡ. ମନୋଜ କୁମାର ବେହେରା ନୃତ୍ୟରେ ସର୍ବସ୍ବ ଡିଗ୍ରୀ ହାସଲ କରିଥିବା ନୃତ୍ୟ ଗୁରୁ , ଶ୍ରୀମତୀ ଚପଳା ମିଶ୍ର ଉଚ୍ଚକୋଟୀର ନୃତ୍ୟ ଶିଳ୍ପୀ ଡି ପି ଏସ ଅନୁଗୁଳରେ ନୃତ୍ୟ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ନୃତ୍ୟ ଗୁରୁ, ମୀନାକ୍ଷୀ ବେହେରା ନୃତ୍ୟରେ ଅପ୍ରତିଦ୍ଵନ୍ଦୀ ଶିଳ୍ପୀ ଥିଲେ। ମାହାରୀ ଡ୍ୟାନସ୍ ଗୁରୁ ଗାଇତ୍ରି ଖୁଣ୍ଟିଆ, ଏବଂ ନୃତ୍ୟ ଗୁରୁ ଧନେଶ୍ଵର ସ୍ୱାଇଁ, ଏହି ପ୍ରଭାବଶାଳୀ ଅତିଥି ବୃନ୍ଦ ଯୋଗଦେଇ ନୃତ୍ୟଶ୍ରୀ ଅନୁଷ୍ଠାନର ସମସ୍ତ ଛାତ୍ରୀ ମାନଙ୍କୁ ନୃତ୍ୟକୁ ପ୍ରାଧାନ୍ୟ ଦେବା ଏବଂ ଗୁରୁଜୀଙ୍କ କଥାକୁ ମାନି କାର୍ଯ୍ୟ କଲେ ନିଶ୍ଚିତ ଭାବେ ସଫଳ ହୋଇ ପାରିବ ଏବଂ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ନୃତ୍ୟ ଶ୍ରୀ ଅନୁଷ୍ଠାନର ସଭାପତି ତ୍ରିଲୋଚନ ମହାପାତ୍ର ଏବଂ ବିଜେପିର ମୁଖପାତ୍ର ଅନିଲ ବିଶ୍ଵାଳ ପ୍ରମୁଖ ଯୋଗଦେଇ ନୃତ୍ୟ ଛାତ୍ରୀ ମାନଙ୍କୁ ନୃତ୍ୟ ବିଷୟରେ ଆଲୋକପାତ କରାଇଥିଲେ। ଏଥିସହ ଅନୁଷ୍ଠାନର ସମସ୍ତ ଶିକ୍ଷୟତ୍ରୀ ଏବଂ ସମସ୍ତ ନୃତ୍ୟ ପ୍ରେମୀଙ୍କ ସହଯୋଗରେ ଶୁଚାର ରୂପେ ପାଳନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top