Breaking-news

ଜଳକଷ୍ଟ ଅସହ୍ୟ ହେବାରୁ ଚାନ୍ଦା ଆଦାୟ କରି କୂଅ ଖୋଲିଲେ ସାହି ବାସିନ୍ଦା

ଜଳକଷ୍ଟ ଅସହ୍ୟ ହେବାରୁ ଚାନ୍ଦା ଆଦାୟ କରି କୂଅ ଖୋଲିଲେ ସାହି ବାସିନ୍ଦା

ଫୁଲବାଣୀ,୨/୫- ସରକାର ଘରେ ଘରେ ସୁଦ୍ଧ ପିଇବା ପାଣି ଯୋଗେଇ ଦେବା ପାଇଁ ଯାହାସବୁ ଯୋଜନା କରୁଛନ୍ତି, ଗ୍ରାମାଞ୍ଚଳରେ ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରୁଥିବା ଅଭିଯୋଗ ହେଉଛି । ଆବଶ୍ୟକ ମୁତାବକ ପାଣି ଛଡା ଯାଉନଥିବାରୁ ଲୋକେ ପାଣିପାଇଁ ହାହାକାର ହେଉଛନ୍ତି । କେବେକେବେ ଅନେକ ସମୟରେ ବିଦ୍ୟୁତ ରହୁନି ତ ପୁଣି କେବେ କେବେ ମଟର ଖରାପ ହେବା ଯୋଗୁଁ ଦିନ ଦିନ ଧରି ପାଣି ଛାଡିବା ବନ୍ଦ ରହୁଛି । ଏସବୁ ସମସ୍ୟା ଦେଇ ଦୀର୍ଘଦିନ ଗତି କରିବା ପରେ ନିଜେ ନିଜେ ଚାନ୍ଦା ଆଦାୟ କରି ପ୍ରତ୍ୟେକ ପରିବାର ଲୋକ ଶ୍ରମଦାନ କରି କୂଅ ଖୋଲିଛନ୍ତି ଓ ଜଳକଷ୍ଟରୁ ରକ୍ଷା ପାଇବାର ଉପାୟ ବାହାର କରିଛନ୍ତି ।ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡ଼ି ପଂଚାୟତ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ କାମ୍ବାଗୁଡା ଗ୍ରାମର ପଣସଖୋଳ ଓ ଉଷା ବାଡି ସାହିରେ । ଉଭୟ ସାହିର ପରିବାର ସଂଖ୍ୟା ମିଶି ୪୫ ରୁ ଉର୍ଦ୍ଧ ରହିଥିବା ବେଳେ ଦୁଇଟି ସାହିର ନଳକୂପ ସଂଖ୍ୟା ୩ ଓ କୂଅ ସଂଖ୍ୟା ୪ ।କୂଅ ପାଣି ସବୁ ବର୍ଷା ନ ସରୁଣୁ ଶୁଖିଯାଉଥିବା ବେଳେ ଘରର ଯାବତୀୟ କାର୍ଯ୍ୟ ପାଇଁ ନଳକୂପ ପାଣି ହିଁ ଏକମାତ୍ର ଭରଷା । ଫଳରେ ସାହି ବାସିନ୍ଦାମାନେ ନାହିଁ ନଥିବା କଷ୍ଟ ପାଉଥିବା ଅଭିଯୋଗ ହୋଇଛି ।କୁସୁମେଲୀ ସାହିରେ ଦୁଇଟା ନଳକୂପ ଥିବା ବେଳେ ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରୁଛି ଓ କମ କମ ପାଣି ବାହାରୁଛି । ଆଉ ଯେଉଁ ନଳକୂପ ଠିକ ରହିଛି ତାହା ଗ୍ରାମର ରାସ୍ତା କଢ଼ରେ ରହିଥିବା ଯୋଗୁଁ ମହିଳା ମାନଙ୍କୁ ଗାଧୋଇବାରେ ବଡ଼ ସମସ୍ୟା ଦେଖା ଦେଉଛି । ଠିକ ସେହିପରି ଗ୍ରାମରେ ଥିବା ଦୁଇଟି ମାଟିକୁଅ ମଧ୍ୟରୁ ଗୋଟିଏ କୂଅ ଗ୍ରୀଷ୍ମ ପ୍ରାରମ୍ଭରେ ହିଁ ସୁଖୀ ଯାଉଥିବା ବେଳେ ଅନ୍ୟଏକ କୂଅରେ ମାତ୍ର ଆଣ୍ଠୁଏ ପାଣି ରହୁଛି ।ଫଳରେ ବାଲ୍ଟି ବୁଡେଇ ପାଣି କାଢିଲା ବେଳକୁ ପାଣି ଗୋଳିଆ ହୋଇଯାଉଛି ।ପଣସଖୋଳ ସାହିର ମଧ୍ୟ ଠିକ ସମାନ ଅବସ୍ଥା । ପାଣି ବ୍ୟବସ୍ଥା ଉଭୟ ସାହି ବାସିନ୍ଦା ପଂଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଉଭୟ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ଶେଷରେ ପ୍ରଶାସନ ଉପରେ ନିର୍ଭର ନକରି ନିଜ ପାଇ ନିଜେ ହିଁ ଜଳ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି ।ଉଭୟ ସାହିରେ ରହୁଥିବା ସମସ୍ତ ପରିବାର ଖଟିଖିଆ ଓ ଦିନ ମଜୁରୀଆ ଶ୍ରେଣୀର ଅଟନ୍ତି, ତଥାପି ସମସ୍ତେ ଚାନ୍ଦା ଆଦାୟ କରି ଜେସିବି ଆଣି କୂଅ ଖୋଲୁଥିବା ଦେଖିବାକୁ ମିଳିଛି । ଶ୍ରମିକ ଲଗେଇ କାମ କରେଇବା ପାଇଁ ଅର୍ଥ ଅଭାବ ହେଉଥିବାରୁ ପ୍ରତି ପରିବାର ସଦସ୍ୟମାନେ କୂଅ ପାଇଁ ଶ୍ରମଦାନ କରୁଥିବା ଉଭୟ ସାହିର ସାହି ବାସିନ୍ଦା କହିଛନ୍ତି ।ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ନଥିବା ନିଜ ପ୍ରତିକ୍ରିୟାରେ କହିବା ସହିତ ପ୍ରଥମ ଥର ମୁଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ଶୁଣିବାକୁ ପାଇଲି ବୋଲି କହିଛନ୍ତି । ତତ ସହିତ ଯଥାଶୀଘ୍ର ସେ ଉଭୟ ଗ୍ରାମର ପାଣି ସମସ୍ୟା ଦୂର କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ବର୍ତମାନ ଦେଖିବାକୁ ବାକି ରହିଲା କି, ବିଡ଼ିଓ ମହାଶୟ କେବେ ଏହି ସାହି ବାସିନ୍ଦା ମାନଙ୍କ ଜଳକଷ୍ଟ ଦୂର କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top