ଫୁଲବାଣୀ,୩/୪- କନ୍ଧମାଳ ଜିଲ୍ଲା ରାଇକିଆ ବିଡିଓ ସବ୍ୟସାଚୀ ସାହୁ ବ୍ଲକ୍ ର ବିଭିନ୍ନ ଅପହଞ୍ଚ ଇଲାକା ରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି । ବିଶେଷ କରି କରଡ଼ା, ଇନ୍ଦ୍ରଗଡ଼, ରଣବା ଭଳି ଦୁର୍ଗମ ପଞ୍ଚାୟତ ର ଆଭ୍ୟନ୍ତରୀଣ ଅଞ୍ଚଳ ରେ ସଧାରଣ ସୁବିଧା ପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ପ୍ରାଥମିକତା ଭିତ୍ତି ରେ ସମାଧାନ ପାଇଁ ଏହି ସବୁ ଅଞ୍ଚଳ କୁ ନିୟମିତ ଗସ୍ତ କରୁଛନ୍ତି ବିଡ଼ିଓ । ବୁଧବାର ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବିଭନ୍ନ ଯୋଜନା ରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା କରିବା ସହ ଜନ ସାଧାରଣ ଙ୍କ ଆବଶ୍ୟକତାକୁ ନେଇ ମଧ୍ୟ ସରପଞ୍ଚ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି । ବିଡ଼ିଓ ଙ୍କ ସମେତ ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ବିକାଶ ନାୟକ, ବ୍ଲକ୍ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
