ଫୁଲବାଣୀ,୨୪/୫- ଓଡ଼ିଶା ରେ ପ୍ରଥମ ଥର ପାଇଁ ପଛୁଆ ବର୍ଗ ଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କ ରେ ସଂରକ୍ଷଣ ପ୍ରଦାନ କରଯାଇଛି । ରାଜ୍ୟ ରେ ଶିକ୍ଷା କ୍ଷେତ୍ର ରେ ପଛୁଆ ବର୍ଗ ଙ୍କୁ ସଂରକ୍ଷଣ କ୍ଷେତ୍ର ରେ ଅଣ ଦେଖା କରାଯାଉଥିଲା । ବାରମ୍ବାର ଦାବୀ ସତ୍ବେ ତତ୍କାଳୀନ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନଥିଲେ । ପ୍ରଥମ ଥର ପାଇଁ ଶିକ୍ଷା କ୍ଷେତ୍ର ରେ ସାମିଲ କରି ଐତିହାସିକ ନିଷ୍ପତି ନେଇଥିବାରୁ ଶନିବାର କନ୍ଧମାଳ ଜିଲ୍ଲା ଭାଜପା ତରଫରୁ ଏ ନେଇ ଏକ ଖବର ଦାତା ସମ୍ମିଳନୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ସଭାପତି ମନମୋହନ ସାମଲ , କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶ ମାଝୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସଂତୋଷ ଲେଙ୍କା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇଥିଲେ ।
