ଫୁଲବାଣୀ, 16/4- ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନୂତନ ଦାୟୀତ୍ୱ ଗ୍ରହଣ କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ଵରେ ରହିବା ସହ ଦୁଇ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋ ଇଥିଲେ । ସୂଚନାଯୋଗ୍ୟ, ଜିଲ୍ଲା ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ପଦ୍ମନାଭ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିଥିଲେ। ଆଜି ନୂତନ ସଭାପତି ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏଥୁସହ ଦୀର୍ଘ ୧୫ ବର୍ଷ ପରେ ପଦ୍ମନାଭ ପୁଣି ବିଧିବଦ୍ଧ ଭାବେ ଜିଲ୍ଲା ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
