ଜିଲ୍ଲା

ଫିରିଙ୍ଗିଆ ନେଡିପଦର ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ପ୍ରଥମ ପିଏମଶ୍ରୀ ବାର୍ଷିକ ଉତ୍ସବ

ଫିରିଙ୍ଗିଆ ନେଡିପଦର ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ପ୍ରଥମ ପିଏମଶ୍ରୀ ବାର୍ଷିକ ଉତ୍ସବ

ଫିରିଙ୍ଗିଆ,୮/୪-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ଠାରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନେଡି ପଦରରେ ପ୍ରଥମ ବାର୍ଷିକ ପିଏମ ଶ୍ରୀ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ଏହି ବିଦ୍ୟାଳୟ ଟି ପିଏମ ଶ୍ରୀ ଯୋଜନାରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗ ଦେଇ କାର୍ଯ୍ୟକ୍ରମ ଦୀପ ପ୍ରଜ୍ବଳନ ସହ ଉଦଘାଟନ କରିବା ସହ ଏହି ବିଦ୍ୟାଳୟ କୁ ପିଏମ ଶ୍ରୀ ଯୋଜନାରେ ସାମିଲ କରାଯାଇଥିବାରୁ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ସହ ଉଚ୍ଚ ଆଶା ରଖି ପାଠ ପଢିଲେ ନିଶ୍ଚିତ ଭାବେ ଦିନେ ସଫଳ ହେବେ ବୋଲି ଉଦବୋଧନ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟ୍ୟରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ,ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ନବଘନ ସାହୁ, ଫିରିଙ୍ଗିଆ ସାଧନ ସଂଯୋଜକ ରାଜେଶ କୁମାର ନାୟକ, ଡିଣ୍ଡିରା ଗାଁ ଦିଲ୍ଲୀପ କୁମାର ପାଣିଗ୍ରାହୀ, ସାଂସଦ ଙ୍କ ଶିକ୍ଷା ପ୍ରତିନିଧି କଂସ ଦେବ ସାହୁ,ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସମାଜସେବୀ ସଞ୍ଜୟ କୁମାର ଦିଗାଳ, ଗୋଛାପଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ, ଫିରିଙ୍ଗିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାସ ସିଂ, ବିଜେପି କର୍ମୀ ସଞ୍ଜିତ ମଣ୍ଡଳ ଓ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା.ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଯୋଜନା ର ସଫଳ ରୂପାୟନ କିଭଳି ହୋଇପାରିବ ଓ ଏହି ଯୋଜନା କୁ ସଫଳ କରିବାରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଭୂମିକା କଣ ରହିବା ଉଚିତ୍ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ I ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ପିଏମଶ୍ରୀ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଭୀମରାଜ ବଳିୟାର ସିଂ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top