ଫିରିଙ୍ଗିଆ,୧୭/୦୩- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ପ୍ରତ୍ବେକ ମାସର ତୃତୀୟ ସୋମବାର ଏହି ଅଭିଯୋଗ ଶୁଣାଣି ଶିବିର ଏହି ଫିରିଙ୍ଗିଆ ବ୍ଲକ ରେ ଅନୁଷ୍ଠିତ ହୋଇଆସୁଥିବା ଅନୁରୂପ ଭାବରେ ଚଳିତ ସୋମବାର ମଧ୍ୟ୍ୟ ଏହି ଶିବିର ଅନୁଷ୍ଠିତ ହୋଇଛି I ତେବେ ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଅନୁପସ୍ଥିତି ଥିବା ବେଳେ କାର୍ଯ୍ୟକ୍ରମ ଟି ବ୍ଲକ ର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ କୌଣସି କାରଣ ବଶତଃ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଅନୁପସ୍ଥିତ ଥିବା ବେଳେ ଆଦିବାସୀ ଉନ୍ନୟନ ବିଭାଗ ର ପ୍ରକଳ୍ପ ପ୍ରଶାସକ ଦେବଯାନୀ ଭୂୟାଁ, ଜିଲ୍ଲାପରିଷଦ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦି , ଉପସ୍ଥିତ ରହି ଅଭିଯୋଗ କାରୀଙ୍କ ଅଭଯୋଗ ପାତ୍ର ଗ୍ରହଣ କରିଥିଲେ I ଅନ୍ୟମାନଙ୍କ ମାଧ୍ୟ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଆଦିବାସୀ ଉନ୍ନୟନ ବିଭାଗ ର ପ୍ରକଳ୍ପ ପ୍ରଶାସକ,ଉଦ୍ୟାନ ଓ କୃଷି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ଜଳ ଓ ପରିମଳ ବିଭାଗ, ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଶିକ୍ଷା ବିଭାଗ, ବନ ବିଭାଗ ସହ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ I ତେବେ ଏହି ଶିବିର ରେ ସମୁଦାୟ ୩୪ ଟି ଅଭଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ବିଶେଷ କରି ଆବାସ ଯୋଜନା ଓ ପାଣି ସମସ୍ୟା ବିଷୟରେ ସର୍ବାଧିକ ଅଭଯୋଗ ପାତ୍ର ପଞ୍ଜିକୃତ ହୋଇଥିଲା I ଏହି କାର୍ଯ୍ୟକ୍ରମ କ୍ରମରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ମଧ୍ୟ୍ୟ ଉପସ୍ଥିତ ଥିବା ବେଳେ ବ୍ଲକ ଅଧୀନରେ ଥିବା ସମୁଦାୟ ଚୋବିଷ ଟି ପଂଚାୟତ ର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କ ରୁ ଶତାଧିକ ଲୋକ ନିଜନିଜ ଅଭଯୋଗ ଉପସ୍ଥିତ ଅଧିକାରୀ ମାନଙ୍କ ପାଖରେ ଉପସ୍ଥାପନ କରିଥିଲେ I ସେପଟେ ଅଧିକାରୀ ମାନେ ମଧ୍ୟ୍ୟ ସମସ୍ୟା ଗୁଡିକର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ର ତଦାରଖ ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଥାନା ତରଫରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ବ୍ଲକ ପରିସରରେ ନିୟୋଜିତ କରାଯାଇଥିଲା I ସେପଟେ ପ୍ରତ୍ବେକ ମାସରେ ଏହିଭଳି ଅଭି ଯୋଗ ଶୁଣାଣି କାର୍ଯ୍ୟକ୍ରମ ଏହି ଫିରିଙ୍ଗିଆ ବ୍ଲକ ରର ଅନୁଷ୍ଠିତ ହୋଇଆସୁଥିବା ବେଳେ ଅନେକ ଲୋକ ବିଭିନ୍ନ ସମସ୍ୟା ପାଇଁ ବାରମ୍ବାର ଏହି କାର୍ଯ୍ୟକ୍ରମ ରେ ଅଭି ଯୋଗ କରିଆସୁଥିଲେ ମଧ୍ୟ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ଜଣାଇବା ପାଇଁ ଆସିଥିବା କିଛି ଅଭଯୋଗ କାରି କ୍ଷୋଭ ପ୍ରକାଶ କରିବା ସହ ଗ୍ରୀଭେନ୍ସ ରେ ଦିଆଯାଉଥିବା ଅଭଯୋଗ ଗୁଡିକୁ ସଠିକ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଥିଲେ I କାର୍ଯ୍ୟକ୍ରମେ ବ୍ଲକ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କ ସହ ଏପିଓ ସୁମନ୍ତ ଉଠାଣ ସିଂ, ଭବାନୀ ପ୍ରସାଦ ଦେଓ, ଜିତେନ୍ଦ୍ର ଆଚାର୍ଯ୍ୟ ଙ୍କ ସହ ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି, ପଞ୍ଚାୟତ ଏକାଉଣ୍ଟନ ଅଧିକାରୀ ସୁଜାତା ଗୌଡ଼ ଓ ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରଥିଲେ I
