Breaking-news

ବଜ୍ରାଘାତରେ ୧ ମଇଁଷି ସହ ୧୦ ଟି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

ବଜ୍ରାଘାତରେ ୧ ମଇଁଷି ସହ ୧୦ ଟି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

ବାଲିଗୁଡ଼ା,୧୮/୭-ବଜ୍ର ଘାତ ରେ ଏଗାରଟି ଗ୍ରୁହ ପାଳିତ ପଶୁ ମୃତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀଲେ ଛେଳି ଚରାଳି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଂଚାୟତ ସାଉଟିକିଏ କୁମ୍ଭାର ସାହି ଠାରେ। ଆଜି ଅପରାହ୍ନ ରେ ଛେଳି ଚରାଳି ସତ୍ୟବାନ ମଲିକ ୧0 ଟି ଛେଳି ଗୋଟିଏ ମଇଁଷି କୁ ନେଇ ତେନ୍ତୁଳି ଗଛ ପଡ଼ିଆରେ ଚରାଉ ଥିଲେ । ଅପରାହ୍ନ ରେ ହଠାତ ହେବା ଯୋଗୁଁ ପଶୁ ଗୁଡ଼ିକ ତେନ୍ତୁଳି ଗଛରେ ବିଶ୍ରାମ ନେଉ ଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ୧0ଟି ଛେଳି ଗୋଟିଏ ପୋଢ଼ର ମୃତ୍ୟୁ ହୋଇଥିଲା । ଛେଳି ଚରାଳି ସତ୍ୟବାନ ମଲିକ କିଛି ଦୁରରେ ରହିଥିବା ଯୋଗୁଁ ସାମାନ୍ୟ ଆଘାତ ହୋଇ ଥିଲେ ମଧ୍ୟ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କ୍ଷତି ପୂରଣ ଦେବା ନିମନ୍ତେ ଗ୍ରାମ ବାସି ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top