ଫିରିଙ୍ଗିଆ, ୩୧/୫- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପଡ଼ା ପଞ୍ଚାୟତ ର ବାଘଡଙ୍ଗୁରି କୁ ନୂତନ ପଞ୍ଚାୟତ ଗଠନ ଦାବୀ କରି ସମୂହ ୭ ଟି ୱାର୍ଡ ବାସୀ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ଭେଟି ବ୍ଲକ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଉଧେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଅଞ୍ଚଳ ର ଏକ ୮ ଜଣିଆ ଟିମ ଗଠନ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ନୂତନ ପଞ୍ଚାୟତ ଗଠନ ନେଇଁ ଆଲୋଚନା ପରେ ଦାବୀ ପତ୍ର ପ୍ରଦାନ କରିବା ସହ ନୂତନ ପଞ୍ଚାୟତ ଗଠନ ରେ ସମୁଦାୟ ୨୭ ସହ ଜନସଂଖ୍ୟା ଥିବା ବେଳେ ୭ ଟି ୱାର୍ଡ ମଧ୍ୟରୁ ଲାମ୍ବା ଖେତା, ବାଟା ବାହାଲି, କେନ୍ଦୁ ଗୁଡା, ବାଘ ଡଙ୍ଗରୀ, ବୃସିଂ, ବାଘ ପଦର ଭଳି ୭ ଟି ୱାର୍ଡ ରହିଥିବା ବେଳେ ପାଖା ପାଖି ୧୭ ସହ ରୁ ଉର୍ଦ୍ଧ ଭୋଟର ମଧ୍ୟ ଥିବା ଅଞ୍ଚଳ ବାସୀ ଦର୍ଶାଇଛନ୍ତି l ଏହି ବାଘ ଡଙ୍ଗୁରି ଅଞ୍ଚଳ ଫିରିଙ୍ଗିଆ ବ୍ଲକ ର ଶେଷ ଅଞ୍ଚଳ ହୋଇଥିବା ବେଳେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଅଞ୍ଚଳ ବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବର୍ତମାନ ସମୂହ ଅଞ୍ଚଳ ର ୭ ଟି ୱାର୍ଡ ବାସୀ ବାଳନ୍ଦା ପଡ଼ା ପଞ୍ଚାୟତ ରେ ଅଛନ୍ତି l ବାଳନ୍ଦା ପଡ଼ା ପଞ୍ଚାୟତ ର ସର୍ବମୋଟ ୧୭ ଟି ୱାର୍ଡ ରୁ ୭ ରୁ ୮ ଟି ୱାର୍ଡ କୁ ନେଇଁ ବାଘଡଙ୍ଗୁରି ରେ ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ଅଞ୍ଚଳ ବାସୀ ବୈଠକ କରି ନିଷ୍ପତି ଗ୍ରହଣ କରିଛନ୍ତି ଓ ନୂତନ ପଞ୍ଚାୟତ ଗଠନ ପାଇଁ ଆଗାମୀ ଦିନରେ ଦାବୀ ଜୋରଦାର କରା ଯିବ ବୋଲି କୃତିବାସ ଦିଗାଲ,କବିନ୍ଦ୍ର ମଲିକ, ସହଦେଵ ମଲିକ,ନିରାକାର ନାୟକ, ଜିଦେରା ମଲିକ,ଗୋପୀନାଥ କହଁର, ବିରାଟ ମଲିକ, ରଘୁ ନନ୍ଦନ କହଁର ସହ ଅଞ୍ଚଳ ବାସୀ କହିଛନ୍ତି l
