Breaking-news

ବିଲାବାଡ଼ି ବୁଲାଣିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୫ ଗୁରୁତର

ବିଲାବାଡ଼ି ବୁଲାଣିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୫ ଗୁରୁତର

ଖଜୁରୀପଡ଼ା ୧୮ା୩ – କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଜାମଝୋରି ନିକଟସ୍ଥ ବିଲାବାଡ଼ି ବୁଲାଣିରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିନାୟକ ରାଜସ୍ବଦୀପ। ଏଥିରେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବୁରୁପଦା ଗ୍ରାମର ରସାନନ୍ଦ କହଁର, ରାକାଡ଼ି ପଦର ଗ୍ରାମର ରାହୁଲ ଗଣ୍ଡା, ସିଦ୍ଧାନ୍ତ ଗଣ୍ଡା, ଶଗଡ଼ିଆ ସାହିର ରବି ନାୟକ ଓ ରୁଦ୍ରଦେବ ନାୟକ (୯)। ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ସାମାଜିକ କର୍ମୀ ବିକାଶ ଦିଗାଲଙ୍କ ସହ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଫୁଲବାଣୀ ମେଡିକାଲ ନେଇ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଯାଇଥିଲା। ତେବେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନେବା ବେଳେ ଭଞ୍ଜନଗର ନିକଟରେ ବିନାୟକଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top