ଜି.ଉଦୟଗିରି,୧/୧ – ଚଳିତ ପର୍ଯ୍ୟଟନ ଋତୁରେ କନ୍ଧମାଳ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ରାଜ୍ୟ ତଥା ଦେଶ ର ବିଭିନ୍ନ ସ୍ଥାନ ରୁ ଜିଲ୍ଲା ର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ କୁ ସୁଅ ଛୁଟୁଛି । ଏ ସବୁ ମଧ୍ୟରୁ ପ୍ରକୃତି ପ୍ରେମୀ ଙ୍କୁ ଆକୃଷ୍ଟ କରୁଛି ଜି ଉଦୟଗିରି ବ୍ଳକ ରେ ଥିବା ମୁକୁଲିଙ୍ଗିଆ ହିଲ୍ ଟପ୍ । ଜି ଉଦୟଗିରି ଠାରୁ ଆଠ କିମି ଦୂରରେ ରହିଛି ଏହି ସ୍ଥାନ ।ପାହାଡ ଉପରେ ଥିବା ବିରାଟ କାୟ ପଥର ର ଚଟାଣ ଉପରୁ ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବାରୁ ବିଶେଷ କରି ଯୁବ ବର୍ଗ ଙ୍କ ଭିଡ଼ ଜମୁଛି । ପାହାଡ ଚଢିବାକୁ ପଡୁଥିବାରୁ ଏବଂ ବିଶେଷ ଭଲ ରାସ୍ତା ନଥିବାରୁ ଶିଶୁ କିମ୍ବା ବୟସ୍କ ଲୋକଙ୍କ ପାଇଁ ସମସ୍ୟା ଉପୁଜୁ ଥିଲେ ମଧ୍ୟ ଯୁବ ପର୍ଯ୍ୟଟକ ଙ୍କ ଯିବା ଆସିବା ଲାଗି ରହୁଛି ।
