ଫୁଲବାଣୀ, ୨/୪- କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ସଭାପତି ଦୁର୍ଯ୍ୟୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମଞ୍ଚ ସାଧାରଣ ସମ୍ପାଦକ ମାନେଶ୍ୱର୍ ଦିଗାଳ ଅତିଥିମାନଙ୍କୁ ସ୍ବାଗତ କରିବା ସହ ପରିଚଳନା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର ମୁଖ୍ୟ ଅତିଥି ଓ ରାଇକିଆ ଜୀବନ ଜ୍ୟୋତି କଲେଜର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ବେଣୁପାଣି ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ଓଡ଼ିଶା ବରପୁତ୍ର ମାନଙ୍କ ଅବଦାନ ସଂପର୍କ ରେ କହିବା ସହ ଭାଷା ଓ ସଂସୃତି କିପରି ଗୋଟିଏ ସୂତାରେ ସମସ୍ତ ଙ୍କୁ ବାନ୍ଧି ରଖିଛି ସେ ନେଇ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ରାଇକିଆ ବ୍ଳକ ପ୍ରତିନିଧ୍ ସନ୍ତୋଷ କୁମାର ଲେଙ୍କା, ଡଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଜୟାନନ୍ଦ ନାୟକଙ୍କ ତତ୍ତ୍ଵାବଧନରେ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉପସଭାପତି ଆଦିତ୍ୟ ପ୍ରସାଦ ପାଢି, ପ୍ରତିଷ୍ଠାତା ସଦସ୍ୟ ସିମାଞ୍ଚଳ ଦିଗାଲ,ରାଜ କିଶୋର ପରିଚ୍ଛା, ରାଜମୋହନ ଦିଗାଲ, ନଳିନୀ ନାୟକ, ଶ୍ରୀବତ୍ସ ନାୟକ, ରଜତ କୁମାର ନାୟକ, ନିଥଲିୟ ନାୟକ, ଦେବୀ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ରାଇକିଆ ନାଗରିକ ମଞ୍ଚର ଉପସଭାପତି ପ୍ରଦୀପ ବେହେରା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
