Breaking-news

ରାଇକିଆରେ ଗୁଡ଼ ଫ୍ରାଇ ଡେ ପାଳନ

ରାଇକିଆରେ ଗୁଡ଼ ଫ୍ରାଇ ଡେ ପାଳନ

ଫୁଲବାଣୀ,୧୮/୪-ଦୁଇ ହଜାରରୁ ଅଧିକ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟିଏ କାଠ କୃଶରେ କାଲବାରୀ ନାମକ ଏକ ରୁକ୍ଷ ପାହାଡ଼ ଉପରେ ଅମାନୁଷିକ ଭାବେ କୃଶ ବିଧ କରାଯାଇଥିଲା। ପ୍ରଭୁ ମୃତ୍ୟୁ ପୂର୍ବରୁ ପୂର୍ଣ୍ଣ ଇଶ୍ବରୀୟ ଅଧିକାରରେ ପାପୀମାନଙ୍କ ଉଦ୍ଧେଶ୍ୟ ରେ କହିଥିଲେ କି “ହେ ପିତା, ଏମାନଙ୍କୁ କ୍ଷମା କର’ ଏହା କହି ପ୍ରାର୍ଥନା କହିଥିଲେ ଏବଂ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଯେଉଁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କୃଶବିଦ୍ଧ କରାଗଲା, ସେହି ଦିନକୁ ପବିତ୍ର ଶୁଭ ଶୁକ୍ରବାର କୁହାଯାଏ ଏବଂ ପୃଥିବୀ ସାରା ଏହାକୁ ପାଳନ କରାଯାନ୍ତି।ରାଇକିଆ ସ୍ଥାନୀୟ କାଥଲିକ୍ ଚର୍ଚ୍ଚରେ ପବିତ୍ର ଶୁଭ ଶୁକ୍ରବାର ପାଳନ ହୋଇଛି। ଚର୍ଚ୍ଚ ମୂଖ୍ୟ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ତତ୍ବାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଯୀଶୁଙ୍କୁ ୧୪ ଗୋଟି ସ୍ଥାନରେ ବିଭିନ୍ନ ତାଡନାକୁ ସ୍ମରଣ କରାଯାଇ ବିଶ୍ବାସୀ ମାନଙ୍କ ଦ୍ବାରା ବାଇବଲ ଆଧାରିତ ସନ୍ଦେହ ପ୍ରଦାନ କରି ପ୍ରାର୍ଥନା କରାଯାଇଥିଲା‌‌। ମଧ୍ୟାହ୍ନ ୩ ଟା ରେ ଏକ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇ ପବିତ୍ର ବାଇବଲ ପଠନ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା।ବିଶ୍ବାସୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଶ ଚୂମନ କରିଥିଲେ।ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରମ ନାୟକ ,ମଣ୍ଡଳୀ କମିଟି କର୍ମକର୍ତ୍ତା, ସଦସ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଯୁବ ଗୋଷ୍ଠୀ ଯଜ୍ଞ କାଳିନ ଭକ୍ତି ସଙ୍ଗିତ ଗାନ କରି ଥିଲେ।ପ୍ୟାରିସର ବିଭିନ୍ନ ମଣ୍ଡଳୀରୁ ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲାମ୍ବୀ  ଯୋଗଦେଇ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top