Breaking-news

ରାଇକିଆରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବ 

ରାଇକିଆରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବ 

ଫୁଲବାଣୀ,୨୦/୪-ଯୀଶୁ ଖ୍ରୀଷ୍ଟ ମାନବ ଜାତିକୁ ପାପରୁ ପରିତ୍ରାଣ ଦେବା ପାଇଁ ମୃତ୍ୟୁ ବରଣ କଲେ ଏବଂ ତିନି ଦିନ ପରେ ସେ ପୁନରୁଥିତ ହେଲେ। ଏହି ଅବସରରେ ରାଇକିଆ ସ୍ଥିତ କାଥଲିକ୍ ଚର୍ଚ୍ଚରେ  ଶନିବାର ମଧ୍ୟ ରାତିରେ ଏବଂ ରବିବାର ସକାଳୁ  ଦୁଇଦିନ ଧରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ରାଇକିଆ ପ୍ୟାରିସ ଚର୍ଚ୍ଚ ମୂଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ ଏବଂ ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରେମ ନାୟକ ପବିତ୍ର ବାଇବଲ ପଠନ କରି ପୃଥିବୀ ବାସୀ ଏବଂ ଅଞ୍ଚଳ ବାସୀଙ୍କ ପାଇଁ ସାମୁହିକ ପ୍ରାର୍ଥନା କରାଯାଇଛି ଏବଂ ପୁନରୁତ୍ଥାନ ପର୍ବର ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଅଛନ୍ତି। ଯୀଶୁଙ୍କ ପୁନରୁତ୍ଥାନ ଦ୍ଵାରା ଖ୍ରୀଷ୍ଟ ବିଶ୍ୱାସୀ ଏକ ନୂତନ ଜୀବନ ଲାଭ କରିବା ସହ ଅନନ୍ତ ଜୀବନ ପାଇବାର ଯୋଗ୍ୟ ହୋଇ ପାରିଲେ। କାର୍ଯ୍ୟକ୍ରମକୁ ମଣ୍ଡଳୀ କର୍ମ କର୍ତ୍ତା ପରିଚାଳନା କରିଥିଲେ। ଯୁବଗୋଷ୍ଠୀଙ୍କ ଦ୍ବାରା ଦିବ୍ୟଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ କମିଟିର ଅନ୍ୟ ସଦସ୍ୟ ସହୋଯୋଗ କରିଥିଲେ। ପ୍ୟାରିସ ର ବିଭିନ୍ନ ମଣ୍ଡଳୀରୁ ବହୁ ଖ୍ରୀଷ୍ଟ ବିଶ୍ୱାସୀ ସାମିଲ ହୋଇ ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିଥିଲେ।ସେହିପରି ମଣ୍ଡାସରୁ ପ୍ୟାରିସ ସ୍ଥାନୀୟ କାଥଲିକ୍ ଚର୍ଚ୍ଚରେ ମଧ୍ୟ ଏହି ପର୍ବ ପାଳନ କରାଯାଇଛି। ବହୁସଂଖ୍ୟରେ ଖ୍ରୀଷ୍ଟ ବିଶ୍ବାସୀ ଯୋଗଦେଇ ଥିଲେ। ସନ୍ଧ୍ୟା ସମୟରେ କାଥଲିକ୍ ସାଂସ୍କୃତିକ କମିଟି ଆୟୋଜନ ରେ ଓଡ଼ିଶାର ନାମିଦାମୀ ସଙ୍ଗିତ କଳାକାର ଏବଂ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ଦ୍ବାରା ସାଂସ୍କୃତିକ ଓ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗିତ ପରିବେଷଣ କରାଯିବାର  କମିଟି ପକ୍ଷରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top