ଜିଲ୍ଲା

ରାମ ନାମ ରେ ମୁଖରିତ ରାଇକିଆ ସହର , ବାଇକ୍ ଶୋଭାଯାତ୍ରା

ରାମ ନାମ ରେ ମୁଖରିତ ରାଇକିଆ ସହର , ବାଇକ୍ ଶୋଭାଯାତ୍ରା

ରାଇକିଆ,୬/୪- କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଧୂମଧମ୍ ରେ ପାଲିତ ହୋଇଯାଇଛି ରାମ ନବମୀ । ସକାଳୁ ଏଥି ନିମନ୍ତେ ବିଭିନ୍ନ ମନ୍ଦୀର ରେ ହୋମ ଯଜ୍ଞ, ପୂଜା ହେବା ସହିତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମି ଥିଲା । ଅପରାହ୍ନ ରେ ଏକ ବିଶାଳ ଶୋଭାଯାତ୍ରା ରେ ସୁସଜ୍ଜିତ ରଥ ଓ ଶତାଧିକ ବାଇକ୍ ରେ ହିନ୍ଦୁ ନବ ବର୍ଷ ଆୟୋଜକ କମିଟି ଏବଂ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ରାଇକିଆ ସହର ଏବଂ ଉପକଣ୍ଠ ଅଞ୍ଚଳ ପରିକ୍ରମା କରଯାଇଥିଲା । ଜୟଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟାରେ ସଦସ୍ୟ ଏଥିରେ ସାମିଲ ହୋଇଥିଲେ । ସନ୍ତୋଷ ପାତ୍ର, ଦିପୁ ମହାରଣା, ଜିତେନ୍ଦ୍ର ପଣ୍ଡା , ମାନସ ରଞ୍ଜନ ପତି, ବିଭୁ ଦତ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ପୁଷ୍ପଗିରି ମଠ ସ୍ଥିତ ରାମ ମନ୍ଦିର ରେ ମଧ୍ୟ ବ୍ୟାପକ ଅୟୋଜନ କରାଯାଇଥିଲା । ଚାରିଦିନ ବ୍ୟାପି ୪୧ ତମ ବାର୍ଷିକ ଷୋହଳ ପ୍ରହରୀ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top