ରାଜ୍ୟ

ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କୁଳପତି

ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କୁଳପତି

ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସଏସ) ସହଯୋଗରେ ବାଣୀବିହାର ଅହିଂସା ସ୍ଥଳରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ତଥା ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ପ୍ରଫେସର କବୀର ମୋହନ ସେଠୀଙ୍କ ସମେତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅହିଂସା ସ୍ଥଳରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଏହି ଦିନ ସମସ୍ତଙ୍କ ପାଇଁ ଗାନ୍ଧୀଜୀଙ୍କ ପ୍ରେରଣା, ଜୀବନର ମୂଲ୍ୟବୋଧ ଶାନ୍ତି, ସମାନତା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ନୂତନ ସଂକଳ୍ପ ନେବାର ଦିନ। ଗାନ୍ଧିଜୀଙ୍କ  ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାାନେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିବାବେଳେ କବିତା ଆବୃତି କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏନଏସଏସ କୋଅର୍ଡିନେଟର ବ୍ରଜନାରାୟଣ ପାତ୍ର, କୀର୍ତ୍ତିରଞ୍ଜନ ମଲ୍ଲିକ, ରମେଶ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଏନଏସଏସ କର୍ମକର୍ତ୍ତା ରବିନାରାୟଣ ପାତ୍ର, ପ୍ରଶାନ୍ତ ମହାରଣା, ମମତା ଦାସ, ସୁବାଶ ପ୍ରଧାନ ଓ ଜିତେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top