ଜିଲ୍ଲା

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପିଏମ ଶ୍ରୀ ବାର୍ଷିକ ଉତ୍ସବ : ସମୟ ଓ ବୁଦ୍ଧି ର ସଦୁପଯୋଗ ସଫଳତା ଆଣି ଦିଏ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପିଏମ ଶ୍ରୀ ବାର୍ଷିକ ଉତ୍ସବ : ସମୟ ଓ ବୁଦ୍ଧି ର ସଦୁପଯୋଗ ସଫଳତା ଆଣି ଦିଏ

ରାଇକିଆ,28/3- କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଶୁକ୍ରବାର ପି ଏମ ଶ୍ରୀ ବାର୍ଷିକ ଉତ୍ସବ ଏବଂ ଆମେ ଜାଣିଲେ ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମା ଶଙ୍କର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବିଡ଼ିଓ ସବ୍ୟସାଚୀ ସାହୁ, ତହସିଲଦାର ବରିୟାଲ ମୁର୍ମୁ, ଅତିରିକ୍ତ ତହସିଲଦାର ଦିଲିପ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ଦଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲା ପ୍ରଧାନ, ପୂର୍ବତନ କ୍ରୀଡ଼ା ଶିକ୍ଷୟତ୍ରୀ ସେବତୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ଙ୍କ ଉତ୍ତମ ଭବିଷ୍ୟତ ପାଇଁ କଠିନ ପରିଶ୍ରମ, ସମୟ ଓ ବୁଦ୍ଧି ର ଉପଯୋଗ କରି ସଫଳତା ହାସଲ କରି ହେବ ବୋଲି କହିଥିଲେ । ଏହି ଅବସର ରେ ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତା ଓ ଶ୍ରେଣୀ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୃତୀ ଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା । ଅଭିଭାବକ ମାନେ ସାମିଲ ହୋଇ ଛାତ୍ରୀ ଙ୍କ ମାର୍ଗ ଦର୍ଶନ ରେ ସେମାନଙ୍କ ଭୂମିକା ଏବଂ ଦାୟିତ୍ବ ସଂପର୍କ ରେ ଅବଗତ ହୋଇଥିଲେ । ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top