ଦିନ ଥିଲା କନ୍ଧମାଳ ଜିଲ୍ଲା ର କୃଷି କହିଲେ କେବଳ ହଳଦୀ ଓ ଧାନ ଚାଷ ରେ ସୀମିତ ଥିଲା। ପାହାଡ ପର୍ବତ ଘେରା ଏହି ଅଞ୍ଚଳ ରେ ସ୍ଥାନୀୟ ଲୋକେ ଏହି ଦୁଇ ଚାଷ ଉପରେ ନିର୍ଭରଶୀଳ ଥିଲେ । ସମୟ କ୍ରମେ ବିଭିନ୍ନ ରକମ ର ପନିପରିବା ଆଡ଼କୁ ମନ ବଳାଇଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ଫୁଲକୋବି, ବନ୍ଧାକୋବି, ବିନ୍ସ ଭଳି ଚାଷ ଆର୍ଥିକ ସ୍ଥିତି କୁ ମଜବୁତ୍ କରିବାରେ ଲାଗିଲା। ବର୍ତମାନ ଏହି ଜିଲା ର ମହିଳା ଷ୍ଟବେରି ଭଳି ବ୍ୟୟ ସା ପେଖ୍ୟ ଏବଂ ଅର୍ଥ ରୋଜଗାରକାରୀ ଚାଷ ଆଡ଼କୁ ମନ ବଳାଇଛନ୍ତି । ଷ୍ଟ୍ରାବେରି ଚାଷ ସାଧାରଣତଃ ଥଣ୍ଡା ଜଳବାୟୁ ରେ ହେଉଥିବା ବେଳେ ଦେଶରେ ମହାରାଷ୍ଟ୍ର, ଜମୁ କାଶ୍ମୀର ରେ ସର୍ବାଧିକ ଚାଷ କରାଯାଇଥାଏ। ଅନୁକୂଳ ପରିବେଶ ଯୋଗୁଁ ଏହାକୁ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବରେପଙ୍ଗା ଗ୍ରାମ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମିଳିତ ଭାବେ ଆରମ୍ଭକରି ଥିଲେ । ତିନି ମାସ ମଧ୍ୟରେ ଏହା ଫଳ ଦେବା ଆରମ୍ଭ କରିଥିଲା । ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଚାଷ ସଫଳ ହୋଇଥିଲା ।
ଜିଲ୍ଲା ପ୍ରଶାସନ ର ସହଯୋଗ
ଏଭଳି ଏକ ଚାଷ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆଗ୍ରହ ଦେଖାଉଥିବା ପ୍ରଶାସନ ସହଯୋଗ ର ହାତ ବଢ଼ାଇଥିଲେ । ତିନୋଟି ବିଭାଗ ଜଳ ବିଭାଜିକା, ଉଦ୍ୟାନ ବିଭାଗ ଓ ଓଡିଶା ଜୀବିକା ମିଶନ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯାଇଥିଲା। ଜଳ ବିଭାଜିକା ତରଫ ରୁ ପ୍ରଥମେ ଜମି ଉନ୍ନତୀକରଣ ଏବଂ ଚାଷ ଉପଯୋଗୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉଦ୍ୟାନ ବିଭାଗ ତରଫ ରୁ ମହାରାଷ୍ଟ୍ର ରୁ ଆଣି 20 ହଜାର ଚାରା ଯୋଗାଇ ଦିଆ ଯାଇଥିଲା । ଚାଷ ର ପ୍ରଣାଳୀ ସମ୍ପର୍କ ରେ ବୁଝାଯିବା ସହ ନିୟମିତ ଏହାର ଅଗ୍ରଗତି ସମ୍ପର୍କ ରେ ତଦାରଖ କରାଯାଉଥିଲା । ଓଡିଶା ଜୀବିକା ମିଶନ ତରଫରୁ ଚାଷ ଉପକରଣ ସମେତ ବିଭିନ୍ନ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଜଳ ସେଚନ ପାଇଁ ମଧ୍ୟ ସମସ୍ତ ସୁବିଧା ଯୋଗାଇ ଦିଆ ଯିବା ପରେ ତିନିମାସ ମଧ୍ୟରେ ଏହି ଚାଷ ଫଳ ଦେବା ଆରମ୍ଭ କରି ଥିଲା ।
ବ୍ୟବସାୟିକ ସଫଳତା
ଗତ ଏକ ମାସ ମଧ୍ୟ ରେ ବିଭିନ୍ନ ସ୍ଥାନ ରେ ବିକ୍ରୀ କରି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ସ୍ତ୍ରବେରି ବିକ୍ରି କରି ସାରିଲେଣି ମହିଳା । କିଲୋ ପ୍ରତି 500 ରୁ 600 ଟଙ୍କା ରେ ବିକ୍ରି କରୁଛନ୍ତି । ଗ୍ରୁପ୍ ର ସଦସ୍ୟ ମାନେ ମଣ୍ଡସରୁ ଇକୋ ଟୁରିଜିମ୍ ଏହାକୁ ବିକ୍ରୀ କରୁଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏଥି ପ୍ରତି ଆଗ୍ରହ ମଧ୍ୟ ଦେଖାଦେଉଛି । ଏହାକୁ ଗତ ଜାନୁଆରୀ ଶେଷ ସପ୍ତାହ ରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଥିବା କନ୍ଧମାଳ ମହୋତ୍ସବ ରେ ମଧ୍ୟ ବିକ୍ରୀ କରାଯାଇଥିଲା। ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ଲୋକେ ଏହି ଚାଷ ଦେଖିବାକୁ ଯାଉଥିବା ବେଳେ ସିଧାସଳଖ ସେଠାରୁ କିଣି ଆଣୁଛନ୍ତି ମଧ୍ୟ ।
ଏ ନେଇ ରାଇକିଆ ବ୍ଲକ୍ ର ଓଡ଼ିଶା ଜୀବିକା ମିଶନ ର ବିପିଏମ ଜୟଦେବ ପ୍ରଧାନ କୁହନ୍ତି, ଅଞ୍ଚଳ ରେ ଏହା ପ୍ରଥମ ଥର ପାଇଁ ହେଉ ଥିବାରୁ ଏଥି ପ୍ରତି ଚାଷୀ ଉତ୍ସାହିତ ଅଛନ୍ତି । ଚାଷ ଆରମ୍ଭ ରୁ ବୈଷୟିକ ସହାୟତା ଠାରୁ ଆରମ୍ଭ କରି ଜଳ ସେଚନ , ଆର୍ଥିକ ସହାୟତା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ ଯୋଗୁଁ ଏହି ଚାଷ ସଫଳ ହୋଇଛି, ଭଲ ଅମଳ ମଧ୍ୟ ହୋଇଛି। ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ସହାୟତା ରେ ଏହି ଚାଷ କରାଯାଇଥିବା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ମିଳୁଛି । ବିଭିନ୍ନ ସ୍ଥାନ କୁ ନେଇ ସେମାନେ ବିକ୍ରୀ କରୁଛନ୍ତି । ପ୍ରତ୍ୟେକ ଦିନ ଏହି ଚାଷ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି ।
