ଫୁଲବାଣୀ,୧/୫- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଇନ୍ଦ୍ରାଗଡ ପଞ୍ଚାୟତରେ ମଙ୍ଗଳବାର ରାତ୍ର ରେ ଗାନ୍ଧାରିଭୁଇଁ ଗ୍ରାମ ରେ 26 ଗୋଟି ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାରିଜଣ ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ନଷ୍ଟ କରିଥିଲେ । ଗ୍ରାମ ରେ ନଡ଼ିଆ ଗଛ, କଦଳୀ ଗଛ ମଧ୍ୟ ଭାଙ୍ଗି ଥିଲେ । ଗୁରୁବାର ରାଇକିଆ ବ୍ଲକ୍ ପ୍ରଶାସନ ତରଫରୁ ରୁରାଲ ହାଉସିଂ ବିପିଏମ କମଲ ନାୟକ, ପିଇଓ ବସନ୍ତ ପଣ୍ଡା ଉକ୍ତ ଗ୍ରାମ ରେ ପହଞ୍ଚି ଅଧିକା କ୍ଷତି ହୋଇଥିବା ଦୁଇ ଜଣ କ୍ଷତିଗ୍ରସ୍ତ ଙ୍କୁ ଭେଟିବା ସହ ସେମାନଙ୍କୁ ପ୍ରାଥମିକତା ଭିତ୍ତି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିମ୍ୱା ଅନ୍ତୋଦୟ ଯୋଜନା ରେ ସାମିଲ କରାଯିବା ପାଇଁ ସର୍ଭେ କରଯାଇଥିଲା । ସେହି ପରି ତହସିଲଦାର ଙ୍କ କାର୍ଯ୍ୟଳୟ ତରଫରୁ ମଧ୍ୟ ପହଞ୍ଚି ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରଯାଇଥିଲା ।
